ଦୁର୍ନୀତି ର ଗନ୍ତାଘର ମୂର୍ତ୍ତିକା ସଂରକ୍ଷଣ ବିଭାଗ,କଳାହାଣ୍ଡି

ଦୁର୍ନୀତି ର ଗନ୍ତାଘର ମୂର୍ତ୍ତିକା ସଂରକ୍ଷଣ
ବିଭାଗ,କଳାହାଣ୍ଡି

କଳାହାଣ୍ଡି ଜିଲ୍ଲା ର ସମଗ୍ର ତେର ଗୋଟି ବ୍ଲକ ରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ଷକୁ ପ୍ରାୟ କୋଟି କୋଟି ଟଙ୍କା ଖର୍ଚ ହୋଇଥାଏ। କିନ୍ତୁ ହିତାଧିକାରୀ ଙ୍କ ନାମରେ ନାମକୁ ମାତ୍ର ଯୋଜନା କାର୍ଯ୍ୟକାରୀ କରି ଏହିଅର୍ଥ କାଗଜ କଲମରେ ପ୍ରସ୍ତୁତ କରାଯାଇ ତାର ସିଂହ ଭାଗ ସିଧା ବିଭାଗୀୟ ଅଧିକାରୀଙ୍କ ପକେଟ କୁ ଯାଉଛି ବୋଲି ଅଭିଯୋଗ ଆସିଛି lସୂଚନା ଅଧିକାର ଆଇନି ବଳରେ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ର 2022/23 ଆର୍ଥିକ ବର୍ଷ ରେ ସମୁଦାୟ 13 ଗୋଟି ବ୍ଲକ ରେ ଫାର୍ମ ପଣ୍ଡ, ଫିଲଡ ବଣ୍ଡିଙ୍ଗ,ଫଳ ବୃକ୍ଷ ରୋପଣ ଆଦିରେ ପ୍ରାୟ 1067 ଜଣ ହିତାଧିକାରୀ ଙ୍କ ନାମରେ ପାଖାପାଖି 13 କୋଟି ଟଙ୍କା MGNREGA ଯୋଜନାରେ ଖର୍ଚ କରାଯାଇଛି lସେଥିମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ରେ ସବୁଠାରୁ ଅଧିକ ପାଖାପାଖି 1କୋଟି 70 ଲକ୍ଷ୍ୟ ଟଙ୍କା 321ଜଣ ହିତାଧିକାରୀଙ୍କ ନାମରେ ଖର୍ଚ କରାଯାଇଛି ବୋଲି କାଗଜରେ ଦର୍ଶଯାଇଛି l ଖବର ନେବାରୁ ଜଣାଯାଏ କେଉଁଠି ପୋଖରୀ ଖନନ ନାମରେ ପୁରୁଣା ପୋଖରୀ କୁ ପୁନଃରୁଦ୍ଧାର କରି ସାମାନ୍ୟ ମାଟି ବାଲି ଆଡେଇଦେଇ ଅର୍ଥ ହଡପ କରାଯାଇଛି ତ କେଉଁଠି ଗୋଟେ ପୋଖରୀ କୁ କାଗଜ କଲମରେ ନାମ ପରିବର୍ତନ କରାଯାଇ ଏକାଧିକ ବାର ବିଲ କରାଯାଇଛି, ଯେଉଁସବୁ ଜାଗାରେ କୃଷି କାର୍ଯ୍ୟ ତଥା ଜଳ ସଂରକ୍ଷଣ ପାଇଁ ପୋଖରୀ ଖନନ କରାଯାଇଛି ତାହା ହିତାଧିକାରୀଙ୍କ କାର୍ଯ୍ୟ ରେ ନଲାଗି ଶୁଷ୍କ ଅବସ୍ଥାରେ lଅଧିକାଂଶ ଅର୍ଥ ଫାର୍ମ ପଣ୍ଡ ନାମରେ ହରିଲୁଟ ହୋଇଛି ବୋଲି ଅଭିଯୋଗ ଆସିଛି ଏବଂ ଏବିଷୟରେ ପୂର୍ବରୁ ମଧ୍ୟ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇସାରିଛି l ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ସରକାରଙ୍କ ମ. ନ. ରେ.ଗା ଯୋଜନାରେ କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲୁଛି ତାଙ୍କ ବିଭାଗରେ କିନ୍ତୁ କୌଣସି ଟେକ୍ନିକାଲ ପର୍ସନ ଅର୍ଥାତ ଯନ୍ତ୍ରୀ ନାହାନ୍ତି କିମ୍ବା କୌଣସି କାର୍ଯ୍ୟ ରେ ମେଜରମେଣ୍ଟ ବୁକ (M. B)book ଲେଖା ଯାଉନାହଁ ଯାହା ସେ ବିଭାଗର ପ୍ରକଳ୍ପ ନିର୍ଦେଶକ ନିଜେ ପ୍ରକାଶ କରିଛନ୍ତି l ଯେଉଁ ବିଭାଗର ଯନ୍ତ୍ରୀ ନାହାନ୍ତି ସେଠି ପ୍ରୋଜେକଟ ଏସ୍ଟିମେଣ୍ଟ ହେଉଛି କିପରି ମାପଚୁପ କରୁଛି କିଏ?କାର୍ଯ୍ୟ ତଦାରଖ କରୁଛି କିଏ?ଏହିସବୁ ପ୍ରଶ୍ନ ମନରେ ଆସିବା ସୋଭାବିକ l ଏହିପରି ଖାମଖିଆଲ ଉତ୍ତର ଶୁଣି ଆମେ ଆଶ୍ଚର୍ଯ୍ୟ ଚକିତ ହେଲୁ l ଆହୁରି ମଧ୍ୟ ତାଙ୍କ ବିଭାଗର ଥୁଆମୂଳ ରାମପୁର କାର୍ଯ୍ୟାଳୟ ର ମରାମତି ନିମନ୍ତେ 4ଲକ୍ଷ 98ହଜାର ଏବଂ ବେହେରାଗୁଡା ରେ ଥିବା ଏସ. ସି. ଡି. ସି ବଗିଚାରେ ପୁନଃରୁଦ୍ଧାର ନିମନ୍ତେ 7 ଲକ୍ଷ୍ୟା 55 ହଜାର ଟଙ୍କା ମଧ୍ୟ ବିନା ଯନ୍ତ୍ରୀ ଏବଂ ମେଜରମେଣ୍ଟ ବୂକ ବିନା ବିଲ୍ଲିଙ୍ଗ ସମ୍ଭବ ହୋଇପାରିଛି l ନିକଟ ଅତୀତରେ ଦୁଇଜଣ ବିଭାଗୀୟ ଅଧିକାରୀଙ୍କ ମାତ୍ରାଧିକ ଲାଞ୍ଚ ଖୋର ମନଭାବ ଯୋଗୁଁ ଭିଜିଲାସନ୍ସ ଦୁରା ଟ୍ରାଫ ହୋଇ ଜେଲ ଯିବାକୁ ପଡିଥିଲା ଏବଂ ଠିକ ସେହିସମୟରେ ଭିଜିଲାସନ୍ସ ଭୟରେ ମାସଧିକ ଛୁଟିରେ ରହିଲେ ଖୋଦ ପ୍ରକଳ୍ପ ନିର୍ଦେଶକ ତଥାପି ସୁଧୁରିଲାନି ବିଭାଗ l ବର୍ତମାନ ଉକ୍ତ ବିଭାଗ ରେ ଜିଲ୍ଲା ପ୍ରଶାସନ ହସ୍ତ କ୍ଷେପ କରି ଉଚ ସ୍ତରୀୟ ତଦନ୍ତ କରାଇ ଦୁର୍ନୀତି ରେ ଲିପ୍ତ ଥିବା ଅଧିକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ
ଦୃଷ୍ଟାନ୍ତ ମୂଳକ ଅଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବପାଇଁ ଦାବି ହେଉଛି l

ଭବାନୀପାଟଣା ରୁ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ

Recent Post

Live Cricket Update

You May Like This