ନବ ଭାରତ ଲିମିଟେଡ଼ ପ୍ଳାଣ୍ଟ ରେ ଦୁର୍ଘଟଣା କାର୍ଯ୍ୟରତ ଶ୍ରମିକ ମୃତ୍ୟୁ
କମ୍ପାନୀ ରେ ନାହିଁ ଆମ୍ବୁଲାନ୍ସ ସେବା ବାଇକ ରେ ବୁହା ହେଲେ ଗୁରୁତ୍ତର ବ୍ୟକ୍ତି
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ନବ ଭାରତ ଲିମିଟେଡ କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ରବିବାର ଦିନ ଦ୍ବିପ୍ରହର ୪.୩୦ ଘଟିକା ସମୟରେ ନବ ଭାରତ କାରଖାନାର ମା ଭବାନୀ ଇଞ୍ଜିନିୟରିଂ ନାମକ ଏକ ଠିକାସଂସ୍ଥା ରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଖଡଗପ୍ରସାଦ ଗ୍ରାମର ଗୋକୁଳ ବେହେରାଙ୍କ ପୁଅ ମାଧବ ବେହେରା (୩୬) କାର୍ଯ୍ୟ କରୁଥିବା ସମୟରେ ଖସି ପଡ଼ି ଗୁରୁତ୍ତର ହୋଇଥିଲେ । ଗୁରୁତ୍ତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାଧବ କୁ ମୃତ ଘୋଷାଣା କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହ କୁ ପଠାଇ ଦେଇଥିଲେ । ସୋମବାର ସକାଳେ ଗ୍ରାମବାସୀ ଓ ପରିବାରବର୍ଗ ମୃତ୍ୟୁ ର କାରଣ ଖୋଜିବା ସହ ପରିବାରବର୍ଗ କୁ କ୍ଷତିପୂରଣ ଦାବି କରି କାରଖାନାର ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇଥିଲେ। ପ୍ରାୟ ୬ ଘଣ୍ଟା ବିତିଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ଅଧିକାରୀ ନ ଆସିବା ଓ ମୃତ ଦେହ ବ୍ୟବଚ୍ଛେଦ ହୋଇ ନପାରିବା କୁ ଦେଖି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ଏବଂ କିଛି ଘଣ୍ଟା ପରେ ଶବ ବ୍ୟବଚ୍ଛେଦ ହୋଇ କାରଖାନା ଫାଟକ ସମ୍ମୁଖରେ ପହଁଞ୍ଚିବା ପରେ କାରଖାନା ପକ୍ଷରୁ କୌଣସି ସମାଧାନ ନହେବାରୁ ପୁଣି ଥରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରାୟ ୨୪ଘଣ୍ଟା ଉତ୍ତେଜନା ପରେ ଢେଙ୍କାନାଳ ଉପ ଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ପହଁଞ୍ଚିବା ପରେ ଓଡ଼ାପଡ଼ା ତହସିଲଦାର ବାଣୀ ନିବେଦିତା ସ୍ଵାଇଁ, ଢେଙ୍କାନାଳ ଏସ୍ ଡି ପି ଓ ଶ୍ରୀ ପ୍ରଧାନ, ମୋଟଙ୍ଗା ଥାନା ଅଧିକାରୀ ନିରଞ୍ଜନ ସେଠୀ, କାରଖାନା କର୍ତ୍ତୃପକ୍ଷ, ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ଗଙ୍ଗାଧର ସାମଲ, ସମ୍ପାଦକ ଅଖିଳ କୁମାର ମହାପାତ୍ର, ବିନୋଦ କୁମାର ସାହୁ ଓ ମୃତ ବ୍ଯକ୍ତିଙ୍କ ପରିବାର ସମ୍ପକୀୟଙ୍କ ସହିତ ଆଲୋଚନା ପରେ ମୃତୁ ବ୍ୟକ୍ତି ମାଧବ ଙ୍କ ପରିବାରକୁ ୫ ଲକ୍ଷ ପଚାଶ ହଜାର ଟଙ୍କା ସହିତ ପରିବାରର ଜଣଙ୍କୁ ଚାକିରୀ ଦେବାକୁ ନିଷ୍ପତ୍ତି ହୋଇଥିଲା ଏବଂ ୩.୫ ଲକ୍ଷ ନଗଦ ଦେବା ସହ ରେଡ୍ କ୍ରସ୍ ପକ୍ଷରୁ ୨୫ ହଜାର ଟଙ୍କା ଦିଆଯାଇଥିବାବେଳେ ସହାନୁଭୂତି ରାଶି ଭାବେ ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ର ସଭାପତିଙ୍କ ପକ୍ଷରୁ ଅନ୍ତିମସତ୍କାର ପାଇଁ ୧୫ ହଜାର ଦିଆଯାଇଥିଲା ଏହି ନିଷ୍ପତ୍ତି ହେବା ପରେ ମୃତଦେହକୁ ନେଇ ଧାରଣାରୁ ଓହରିଥିଲେ ଗ୍ରାମବାସୀ।