ବିନା ସୁଧରେ ଏକ ଲକ୍ଷ ପର୍ଯ୍ୟନ୍ତ ଋଣ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ସମବାୟ ବିଭାଗର କାର୍ୟ୍ୟକ୍ରମର ସମୀକ୍ଷା ହୋଇଛି। ସମବାୟ ବିଭାଗର ବିଭିନ୍ନ ଉପଲବ୍ଧ ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ। ଆମ ରାଜ୍ୟରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦି ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍ସେ) ମାନେ ଚାଷୀମାନଙ୍କୁ ତାଙ୍କର ଆବଶ୍ୟକତା ମୁତାବକ ଯଥା ସମୟରେ ଏବଂ ସହଜ ସୁବିଧା କିମ୍ବା ବିନା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି ।
ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦,୦୦୦ ଟଙ୍କାରୁ ୧,୦୦,୦୦୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି, ଯାହା ଫଳରେ କି ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ଵ ଅତିରିକ୍ତ କ୍ଷ୍ୟୁଦ୍ର ଓ ନାମମାତ୍ର ଚାଷୀ ପରିବାର ଏଥିରୁ ଉପକୃତ ହୋଇ ପାରିଛନ୍ତି ।

Recent Post

Live Cricket Update