ବିସ୍ତାପାଳ ରେ ବ୍ଲକସ୍ତରୀୟ ହୋ ସମ୍ମିଳନୀ! •ହୋ ସମାଜ ସେୟାଁ ମାର୍ଶାଲ ସାଗମ୍ ଆକଳା ନୂଆଗାଁ କମିଟି ପକ୍ଷରୁ

ବିସ୍ତାପାଳ ରେ ବ୍ଲକସ୍ତରୀୟ ହୋ ସମ୍ମିଳନୀ!
•ହୋ ସମାଜ ସେୟାଁ ମାର୍ଶାଲ ସାଗମ୍ ଆକଳା ନୂଆଗାଁ କମିଟି ପକ୍ଷରୁ

କେନ୍ଦୁଝର,୨୨।୫::କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହୋ ସମାଜ ସେୟାଁ ମାର୍ଶାଲ ସାଗମ୍ ଆକଳା ନୂଆଗାଁ କମିଟି ପକ୍ଷରୁ ବିସ୍ତାପାଳ ସ୍ଥାନୀୟ ରଜପଡିଆ ଆମ୍ବୋତୋଟା ରେ ବ୍ଲକ ସ୍ତରୀୟ ହୋ ସମ୍ମିଳନୀ ୨୫ଗୋଟି ପଞ୍ଚାୟତ ର ହୋ ସମାଜର ଭାଇ ଭାଉଣୀ କୁ ନେଇ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀର ମୁଖ୍ୟ ପିଳମାନକି ହିର୍ଲା ରଘୁନାଥ ଲାଗୁରୀ,ତେଙ୍ଗା ପିଳମାନକି ହିର୍ଲା ନଗେନ୍ଦ୍ର ବାଙ୍କିରା,ଚମକେ ହିର୍ଲା ଦୁର୍ଯ୍ୟୋଧନ ସଏ,ତେଙ୍ଗା ଚମକେ ହିର୍ଲା ଗମ୍ପାରାମ ଚାମ୍ପିଆ,ପୁରୁର ଚାମକେ ହିର୍ଲା ବାସୁଦେବ ଵାଙ୍କିରା,ଦିଶୁମ ଦିଉରୀ,ବାଇଧର ଗାଗରାଇ,ପିଳ ଡାକୁଆ ଜିତେନ୍ଦ୍ର ଚାମ୍ପିଆ,ଉପଦେଷ୍ଟା ହିର୍ଲା ଜୟରାମ ବାଙ୍କିରା,ଜୟସିଂ କେରାଇ,ମୁକୁନ୍ଦ ଲୁଗୁନ ସମେତ ନୂଆଗାଁ ପଞ୍ଚୟତ କମିଟି ର ୧୫ ଗ୍ରାମର ହାତୁ ମୁଣ୍ତା,ହାତୁ ଦିଉରୀ,ହାଡୁ ଡାକୁଆ,୫ନଂ ଜିଲ୍ଲାପରିଷଦ ରଥ ମୁଣ୍ତା,ଗୋବର୍ଦ୍ଧନ ସରପଞ୍ଚ ସଞ୍ଜୟ ହାଁସଦା,ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ।ଏହି ସମ୍ମିଳନୀ ଚମକେ ସଭାପତି ନଗେନ୍ଦ୍ର ବାଙ୍କିରା,କୋଷାଧ୍ୟକ୍ଷ ବାଦୁଦେବ ବାଙ୍କିରା,ଡାକୁଆ ଜିତେନ୍ଦ୍ର ଚାମ୍ପିଆ,ପରିଚାଳା କମିଟିର ଉପଦେଷ୍ଟା ମୁକୁନ୍ଦ ଲୁଗୁନ ପ୍ରମୁଖ ଆୟୋଜନ କରିଥିଲେ।ପରିଚାଳନା କମିଟିର ହୋ ସମାଜର ସମାଜର ଶିକ୍ଷା,ସଂସ୍କୃତି ସ୍ବାସ୍ଥ୍ୟ,ପମ୍ପରା,ଭାଷା,ପରବ ପାନାଇ,ହୋଦସ୍ତୁର,ହୋ ହାୟାମ,ହୋ ପରମ୍ପରା ସାଂସକୃତି (ଚଲଚାନାରୀ)ହୋ ହୁଦେର,ମୁଣ୍ତା ମାନକି ପ୍ରଥା ଏହି ୨୫ଗୋଟି ପଞ୍ଚାୟତର ହୋ ଜାତି ମାନଙ୍କ ପାଖରେ ପ୍ରଚଳନ ସହ ପାଳନ କରାଯାଉବୋଲି ପିଳମାନକି ରଘୁନାଥ ଲାଗୁରୀ ଏବଂ ରତନପୁର ଗ୍ରାମର ମୁଣ୍ତା ଗମକେ ସୁରେନ୍ଦ୍ର ବାଙ୍କିରା ଅଲୋଚନା କରିବା ସହ ସମସ୍ତ ଙ୍କୁ ଅବଗତ କରିଥିଲେ।ଏବଂ ଭାଇଭଉଣୀ ଙ୍କ ମଧ୍ୟରେ ଭାଇଚାରା ବଜାୟ ରହିବ ଉପସ୍ଥିତ ଅତିଥିଗଣ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରତ୍ୟେକ ପଞ୍ଚାୟତରେ ନୂତନ କମିଟି ଗଠନ କରାଯିବା ସହିତ ହୋ ସମାଜ ସଂଗଠକୁ ସଦୃଢ କରାଯିବ ବିଶେଷ ଆଲୋଚନା ହୋଇଥଲା।ଏହି ସମ୍ମିଳନୀ ରେ ବହୁ ସଂଖ୍ୟକ ହୋ ସମାଜ ଭାଇଭଉଣୀ ସାମିଲ ହୋଇଥିଲେ।ଶେଷରେ ହୋ ନୃତ୍ୟୁ ପରିବେଷଣ କରାଯାଇଥିଲା।
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update