ଜିଲ୍ଲା କ୍ରୀଡା ସଂସଦ ଅନୁଗୋଳର ନିର୍ବାଚନ ସମ୍ପନ୍ନ

ଜିଲ୍ଲା କ୍ରୀଡା ସଂସଦ ଅନୁଗୋଳର ନିର୍ବାଚନ ସମ୍ପନ୍ନ
………………………………
ଅନୁଗୋଳ ତା 23/05/2023ରିଖ,
ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ଜିଲ୍ଲାପାଳଙ୍କ କୋର୍ଟରୁମ ଠାରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ 4ଗୋଟି ପଦବୀ ଯଥା ଉପ ସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଏବଂ କୋଷାଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା. କେବଳ ସାଧାରଣ ସମ୍ପାଦକ ପଦବୀ ନିମନ୍ତେ ଦୁଇଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା. ସମୁଦାୟ 53ଖଣ୍ଡ ଭୋଟ ମଧ୍ୟରୁ ପ୍ରାର୍ଥୀ ମାନଙ୍କ ସପକ୍ଷରେ ମୋଟ 36ଖଣ୍ଡ ଭୋଟ ପଡିଥିଲା, ସେଥିମଧ୍ୟରୁ ଶ୍ରୀ ରୁଚିର କୁମାର ଦାସ 13ଖଣ୍ଡ ଭୋଟ ପାଇଥିବା ବେଳେ ଡାକ୍ତର ଗୌର ଗୋବିନ୍ଦ ସାମନ୍ତ 23ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ.ଅନ୍ୟ ତିନିଗୋଟି ପଦବୀ ନିମନ୍ତେ ନାମାଙ୍କନ ଦାଖଲ କରିଥିବା ଶ୍ରୀ ନେତ୍ରାନନ୍ଦ ମହାକୁଲ, (ଉପସଭାପତି )ଶ୍ରୀ ଦିଲ୍ଲୀପ କୁମାର ରାଉତ (ଯୁଗ୍ମ ସମ୍ପାଦକ )ଓ ଶ୍ରୀ କିଶୋର କୁମାର କର (କୋଷାଧକ୍ଷ )ଭାବେ ଅପ୍ରତିଦ୍ବନ୍ଦି (uncontested )ନିର୍ବାଚିତ ହୋଇଥିଲେ. ଏହି କାର୍ଯ୍ୟକ୍ରମକୁ ଆପାତ କାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ସତ୍ୟାନନ୍ଦ ଦାସ ପରିଚାଳନା କରିଥିଲେ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ସହଯୋଗ ପ୍ରଦାନ କରିଥିଲେ. ଶେଷରେ ବିଜୟୀ ପ୍ରାର୍ଥୀଙ୍କୁ ଜିଲ୍ଲାପାଳ ପ୍ରମାଣପତ୍ର ପ୍ରଦାନ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

Recent Post

Live Cricket Update

You May Like This