ପରିବାର ଲୋକଙ୍କ ବିନାଅନୁମତିରେ ପରିବାର ନିୟନ୍ତ୍ରଣ ଅପରେସନ ଅଭିଯୋଗ।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ବିନା ଅନୁମତିରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହି କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଉପରେ ସମଗ୍ର ଜିଲ୍ଲା ର ଲୋକଙ୍କ ସହ ଏହାର ପାଖ ପଡୋଶୀ ଅନୁଗୁଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ଏପରିକି ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ ଲୋକେ ମଧ୍ଯ ନିର୍ଭର କରନ୍ତି। ହେଲେ ଏହି ଡ଼ାକ୍ତରଖାନାରେ ଅନେକ ରୋଗୀ ଓ ସେମାନଙ୍କ ପରିବାର ପରିଜନଙ୍କୁ ଦୁର୍ବ୍ୟବହାରର ହେଉଥିବା ଅନେକ ସମୟରେ ଅଭିଯୋଗ ହୁଏ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରେ। ମାତୃ ମଙ୍ଗଳ ପ୍ରସୂତି ବିଭାଗରେ ଗତକାଲି ରାତି ପ୍ରାୟ ୭ଟା ୪୦ ବେଳେ ଝୁମ୍ପୁରା ଖେଣ୍ଡରା ଅଞ୍ଚଳର ଯୁବକ ସୁଶାନ୍ତ କୁମାର ବାରିକଙ୍କ ସ୍ତ୍ରୀ ପବିତ୍ରାଣୀ ବେହେରାଙ୍କ ସିଜରିଆନ୍ ସେକସନ ରେ ଅସ୍ତ୍ରପ୍ରଚାର ହୋଇ ପୁଅଟିଏ ଜନ୍ମ ହୋଇଥିଲା । ସୁଶାନ୍ତ ଏଥିରେ ଅତ୍ୟନ୍ତ ଖୁସି ଥିଲା ବେଳେ ହଠାତ୍ ସେଠାରେ ତାଙ୍କୁ ପରିବାର ନିୟନ୍ତ୍ରଣ ନିୟୋଜନ କରାଯାଇଥିବାର ପେପରରେ ଦସ୍ତଖତ କରିବାକୁ ବାଧ୍ୟ କରା ଗଲା। ହେଲେ ସେ ମନା କରିବାରୁ ଡାକ୍ତର ଅଭିଜିତ ମହାପାତ୍ର ତାଙ୍କୁ ଶଳା କହି ଅଭଦ୍ର ଭାଷାରେ ଗାଳି ଗୁଲଜ୍ କରିଥିବା ଅଭିଯୋଗ କରିଛନ୍ତି ସୁଶାନ୍ତ। ଅପରେସନ୍ ପରେ ମା ‘ ଛୁଆଙ୍କୁ ବେଡ୍ ଦେବେନି ବୋଲି ମଧ୍ୟ ଧମକ ଦେଇଥିବା ଅଭିଯୋଗ କରନ୍ତି ସୁଶାନ୍ତ। ହେଲେ ଦବି ନଯାଇ ସୁଶାନ୍ତ ନିଜ ବନ୍ଧୁବାନ୍ଧବଙ୍କୁ ମୋବାଇଲରେ କଲ୍ କରିବାରୁ ଡାକ୍ତର ଚାଲି ଗଲେ । ଏବେ ରୋଗୀ ଓ ନବଜାତକକୁ ବାରଣ୍ଡାରେ ବିନା ପଂଖାରେ ଗରମରେ ରଖା ଯାଇଛି। ସୁଶାନ୍ତ ଜଣେ ଶିକ୍ଷିତ ଯୁବକ ଘରୋଇ ନର୍ସିଂ ହୋମରେ ମଧ୍ୟ ଚିକିତ୍ସା କରି ପାରି ଥାଆନ୍ତେ, ତେବେ ଖାଣ୍ଟି କେନ୍ଦୁଝର ଲୋକ ହୋଇ ଥିବାରୁ ମୁଖ୍ୟ ଡ଼ାକ୍ତରଖାନାକୁ , ଜିଲ୍ଲାବାସୀ ଭାବେ ନିଜ ହକ ଭାବି ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଥିଲେ। ହେଲେ ଏଠାରେ ଏପରି ବ୍ୟବହାର ତାଙ୍କୁ ବ୍ୟଥିତ ଓ ଦୁଃଖିତ କରିଛି, ତେଣୁ ସେ ମନସ୍ଥିର କରି କେନ୍ଦୁଝର ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କିପରି ବିନାନୁମତିରେ ପରିବାର ନିୟନ୍ତ୍ରଣ ଅପରେସନ କରାଯାଉଅଛି ,ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଡାକ୍ତର ଓ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।