ଶ୍ରୀ ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବଙ୍କ ର ଦିତୀୟ ବାର୍ଷିକ ଉତ୍ସବ ପୂର୍ଣ୍ଣାହୁତି

ଶ୍ରୀ ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବଙ୍କ ର ଦିତୀୟ ବାର୍ଷିକ ଉତ୍ସବ ପୂର୍ଣ୍ଣାହୁତି

ଢେଙ୍କାନାଳ(୨୩/୦୫): ଢେଙ୍କାନାଳ ଜୟ ଗୋପାଳ ସାହି ସ୍ଥିତ (ଗୋପାଳ ସାଗର ପୁଷ୍କରିଣୀ) ଠାରେ ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବଙ୍କ ର ଦିତୀୟ ବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଉତ୍ସବ ହୋଇଯାଇଛି। ପ୍ରଥମ ଦିବସରେ ସ୍ଥାନୀୟ ଭାଗିରଥି ସାଗର କୂଳରୁ ପୂଜାର୍ଚ୍ଚନା କରାଯାଇ ବାଦ୍ୟ ଦ୍ଵାରା ମହିଳା ମାନେ କଳସ ଧରି ସହର ପରିକ୍ରମା କରି ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ। ଅଧିବାସ ପୂଜା ଆରମ୍ଭ କରାଯାଇଥିଲା। ୨୨ ତାରିଖ ସୋମବାର ଦିନ ମଣ୍ଡଳାଦି ପୂଜା ଅଗ୍ନି ସ୍ଥାପନ କରାଯିବ। ୨୩ ତାରିଖ ପ୍ରାତଃ ରୁ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା,ଗୋ ପୂଜା, ଷୋଡ଼ଷ ଉପଚାର ପୂଜା ଓ ପ୍ରସାଦ ସେବନ ।ପୂଜକ ରୂଦ୍ରନାରାୟଣ କବିଶତପଥି ଓ ସହଯୋଗୀ ମାନେ ପୂଜା କାର୍ଯ୍ୟ ସମ୍ପାଦନ କରିବା ସହ କର୍ତ୍ତା ଅଜୟ କୁମାର ସାହୁ କର୍ତ୍ତୀ ଡଲି ସାହୁ, ଜଳଧର ଓଝା ( ସଭାପତି) ଓ କମିଟି ର ସଦସ୍ୟ ସଂଗ୍ରାମ କୁମାର ଦଳେଇ, ଦିପକ କୁମାର ଖୁଣ୍ଟିଆ, ପ୍ରଶାନ୍ତ କୁମାର ଦାସ, ରାଧାନାଥ ରାଉତ, ସିପୁ ସେଠୀ, ସୈମ୍ୟରଞ୍ଜନ ରାଉତ ଓ କମିଟି ସଦସ୍ୟ ଉପସ୍ଥିତ ରେ ଏହି ଦିତୀୟ ବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଉତ୍ସବ ପାଳନ କରାଯାଇଥିଲା।

Recent Post

Live Cricket Update