ରଥ ପଥ ଜଗନ୍ନାଥ ସାରସ୍ଵତ ସମ୍ମାନ-୨୦୨୩ରେ କବୟିତ୍ରୀ ସମ୍ବଦ୍ଧିତ

ରଥ ପଥ ଜଗନ୍ନାଥ ସାରସ୍ଵତ ସମ୍ମାନ-୨୦୨୩ରେ କବୟିତ୍ରୀ ସମ୍ବଦ୍ଧିତ

ଅନୁଗୋଳ, ତା.୨୪,୦୫ : ବିଡାନାସୀ, ଚହଟେଶ୍ବର ମନ୍ଦିର ପରିସରରେ କୈବଲ୍ୟ ସାହିତ୍ୟ ସଂସଦ କଟକ ଆୟୋଜିତ ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭାରେ ଅନୁଷ୍ଠାନ ବିଶ୍ବରେକର୍ଡର ମାନ୍ୟତା ପାଳନ ନିମନ୍ତେ ସାରାରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ମାନଙ୍କୁ ସମନ୍ଧିତ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରଭାକର ସ୍ବାଇଁ ତଥା ସଂପାଦକ ବରିଷ୍ଠ ଅର୍ଥସେବା ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ପ୍ରଚେଷ୍ଟାରେ ଏହା ଖୁବ୍ ସମାରୋହରେ ପାଳନ କରାଯାଇଥିଲା । ଏହି ଅବସରରେ ଅନୁଗୋଳ ଜିଲ୍ଲାର ପ୍ରାୟ ଆଠଜଣ ସାରସ୍ବତ ସଂଗଠକଙ୍କ ସମେତ “ଚେତନାଶ୍ରୀ ସାହିତ୍ୟ ସଂସଦ”ର ସଂପାଦିକା ଶ୍ରୀମତୀ ଗୀତାମୟୀ ମହାପାତ୍ରଙ୍କୁ “ରଥ ପଥ ଜଗନ୍ନାଥ ସାରସ୍ଵତ ସମ୍ମାନ-୨୦୨୩” ପ୍ରଦାନ କରାଯାଇଛି । ୨୦୨୧ରେ ଅନୁଗୋଳରେ ଏହି ଭକ୍ତି ରସାତ୍ମକ ସାହିତ୍ୟ ଅନୁଷ୍ଠାନ ଓଡିଆ ଭାଷା ସାହିତ୍ୟରେ ଭକ୍ତି ଚେତନାର ପ୍ରଚାର ଓ ପ୍ରସାର ପାଇଁ ନିରବଚ୍ଛିନ୍ନ ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି । ଏହି ସାରସ୍ଵତ ସମ୍ମାନରେ ଚେତନାଶ୍ରୀ ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା ସଦସ୍ୟ ସଦସ୍ୟା ତଥା ବହୁ ସାହିତ୍ୟ ପ୍ରେମୀ କବି କବୟିତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି ।

Recent Post

Live Cricket Update