ଜାଗ୍ରତ ନ୍ୟୁଜ ର ପଡିଲା ପ୍ରଭାବ
ନୂଆହତା ଗ୍ରାମରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ ଘଟଣା ର ହେଲା ସମାଧାନ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ପାଣି ସମସ୍ୟା କୁ ନେଇ କିଛି ପରିବାର ଗ୍ରାମର ରାସ୍ତା କୁ ଅବରୋଧ କରିଥିଲେ। ଅବରୋଧକାରୀଙ୍କ ସୂଚନା ମୁତାବକ ଗ୍ରାମକୁ ପାଣି ପାଇପ୍ ବଛାଇ ଦଶ ପନ୍ଦର ଘର ପିଛା ଗୋଟିଏ ଗୋଟିଏ ଟ୍ୟାପ୍ ଯୋଗାଇ ଦିଆଯାଉ ଥିବା ବେଳେ ଅନ୍ୟକିଛି ପରିବାର ଟ୍ୟାପ ରୁ ପାଣି ନ ନେଇ ବିଛା ଯାଇଥିବା ପାଣି ପାଇପ୍ ରୁ ସିଧାସଳଖ ମୋଟର ଲଗାଇ ନିଜ ନିଜ ଘରକୁ ପାଣି ନେଇଯାଉଛନ୍ତି ଯାହାଫଳରେ ଟ୍ୟାପ୍ ରେ ପାଣି ଠିକ୍ ଭାବେ ଆସୁନାହିଁ ଏବଂ ବୋହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅବରୋଧ ଘଟଣା କୁ ନେଇ ଜାଗ୍ରତ ଭାରତ୍ ନ୍ୟୁଜ ପକ୍ଷରୁ ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ପରେ ହୋଇଛି ସମାଧାନ। ହରିଜନ ସାହିରେ ବେଆଇନ ଭାବେ ଟେପିଂ କରିଥିବା ସ୍ଥାନକୁ ମଲ୍ଟି ଡିସ୍କପ୍ଲେନାରି ଏନଫୋର୍ସମେଣ୍ଟ ଟିମ୍, ଜଳ ବିଭାଗ ର ଜୁନିୟର୍ ଇଞ୍ଜିନିୟର, ଗ୍ରାମବାସୀ ଓ ପୋଲିସ ବିଭାଗ ଉପସ୍ଥିତ ରେ ସମସ୍ତ ଟେପ୍ କୁ କାଟି ବନ୍ଦ କରିଥିଲେ। ପ୍ରଶାସନ ୪୮ ଘଣ୍ଟା ମଧ୍ୟରେ ପଦକ୍ଷେପ ଗ୍ରହଣ କରିଥିବାରୁ ଗ୍ରାମବାସୀ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି।