ରୁଦ୍ରଶ୍ୱର ପୀଠରେ ଜାକଜମକରେ ଶିବବିବାହ ଅନୁଷ୍ଠିତ

(-ରୁଦ୍ରଶ୍ୱର ପୀଠରେ ଜାକଜମକରେ ଶିବବିବାହ ଅନୁଷ୍ଠିତ)
ଜଗତସିଂହପୁର
ତା =25/5/23

-ରଘୁନାଥପୁର ବ୍ଲକ କୋରକୋରା ସ୍ଥିତ ପ୍ରସିଦ୍ଧ ଶୈବପୀଠ ରୁଦ୍ରଶ୍ୱର ମହାଦେବଙ୍କ ପୀଠରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ବୈଦିକରୀତି ନୀତିରେ ମହାସମାରୋହରେ ପାଳିତ ହୋଇଯାଇଛି । ମାତା ପାର୍ବତୀଙ୍କୁ ଦେବ ଦେବ ରୁଦ୍ରଶ୍ୱର ମହାଦେବ ବୈଦିକ ରୀତିରେ ବିବାହ କରିଥିଲେ । ବହୁ ଜାକଜକମରେ ମନ୍ଦିର ପରିସରରେ ହୋଇଥିବା ବିବାହ ମଣ୍ଡପରେ ମାତା ପାର୍ବତୀ ଓ ପ୍ରଭୁ ରୁଦ୍ରଶ୍ୱରଙ୍କ ମଧ୍ୟରେ ପାଣିଗ୍ରହଣ କରାଯାଇଥିଲା । ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବିବାହ ଉତ୍ସବରେ ଯୋଗଦେଇଥିବାର ଦେଖାଯାଇଥିଲା । ସ୍ତାନୀୟ ଅଞ୍ଚଳ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକ୍ୱମ୍ପିତ ହୋଇଉଠିଥିଲା । ପ୍ରଭୁଙ୍କର ଏହି ବିବାହ ଉତ୍ସବକୁ ରୁଦ୍ରଶ୍ୱର ଟ୍ରଷ୍ଟବୋର୍ଡ ଓ ରୁଦ୍ରଶ୍ୱର ଉନ୍ନୟନ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ,ଜ୍ୟୋତିରଞ୍ଜନ ପରିଡା,ପ୍ରତାପ କୁମାର ସିଂହ ,ପ୍ରଦୀପ ନାୟକ ,ସମାଜସେବୀ ଚନ୍ଦ୍ରକାନ୍ତ ପଣ୍ଡା , ବାବା ଉଦ୍ଧବ ଚରଣ ଦାସ ଓ ନରହରି ଦାସଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This