ଅମଲା ସଂଘ ପକ୍ଷରୁ କଳା ବ୍ୟାଚ ଧାରଣ, ଦାବି ପୂରଣ ନହେଲେ ଜୁନ୍ ୧ରୁ ସମୂହଛୁଟି ନିଷ୍ପତି।
କେନ୍ଦୁଝର ଜିଲ୍ଲାର ମିଳିତ ଅମଲା ସଂଘ ପକ୍ଷରୁ ବେତନରେ ଥିବା ଅସଙ୍ଗତି ଦୂର କରି ‘ ଲେଭେଲ – ୯ ’ ପ୍ରଦାନ ନିମନ୍ତେ ଏପ୍ରିଲ ୨୧ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନେଇ ସରକାରଙ୍କ କୌଣସି ପଦକ୍ଷେପ ଗ୍ରହଣ ପାଇଁ କୌଣସି ତତ୍ପରତା ପ୍ରକାଶ ନପାଇବାରୁ ଚଳିତମାସ ୧ ତାରିଖ ସରକାରଙ୍କ ଉଦେଶ୍ୟରେ ଚରମପତ୍ର ପ୍ରଦାନ କରାଯାଇଥିଲା । ଏହାସତ୍ତ୍ବେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ସବ୍ – ରେଜିଷ୍ଟ୍ରାର ସଂଘ କର୍ମକର୍ତ୍ତା ପ୍ରମୁଖ ଏହି ବୈଠକରେ ଯୋଗଦେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିଲେ । ଏହି ନିଷ୍ପତ୍ତିକୁ କିଭଳି ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେଥୁନିମନ୍ତେ ବ୍ଲକ ଓ ସବ୍ଡିଭିଜନସ୍ତରୀୟ ସ୍କାର୍ଡ ଗଠନ କରାଯାଇ ସମସ୍ତ କାର୍ଯ୍ୟାଳୟକୁ ଗସ୍ତ କରି ଅମଲା ମାନଙ୍କୁ କଳାବ୍ୟାଜ୍ ପରିଧାନ ସହିତ ଜୁନ ୧ରୁ ସମୂହ ଛୁଟିରେ ଯିବାକୁ ସଚେତନତା ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସଙ୍ଘ ପକ୍ଷରୁ ଚେତାବନୀ ପରେ ମଧ୍ୟ ନିଦ ନଭାଙ୍ଗିବାରୁ ଅମଲାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇ ଚଳିତ ମାସ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ ପୂର୍ବକ କଳାବ୍ୟାଜ୍ ପରିଧାନ ସହ କାର୍ଯ୍ୟ ସମ୍ପାଦନ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହି ପରୀପ୍ରେକ୍ଷୀରେ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ଅମଲାଙ୍କ ପକ୍ଷରୁ ମଧ୍ଯ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟ ସମ୍ପାଦନ କରୁଥିବା ଦେଖିବାକୁ ମିଳିଛି। ଅମଲା ସଂଘର ଦାବୀ ଅନୁଯାୟୀ କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨୦୦ଟଙ୍କା ଗ୍ରେଡ – ପେ ଅର୍ଥାତ୍ ଲେଭେଲ – ୯କୁ ବୃଦ୍ଧି ଦାବିକୁ ସରକାର ପୂରଣ ନକଲେ ବାଧ୍ୟ ହୋଇ ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବାକୁ ବୈଠକରେ ଚେତାବନୀ ଦିଆଯାଇଛି । ମିଳିତ ଅମଲା ମଞ୍ଚ କାର୍ଯ୍ୟକର୍ତ୍ତାଙ୍କ ସମେତ ଓଡ଼ିଶା ରାଜସ୍ଵ ଅମଲା ସଂଘ କର୍ମକର୍ତ୍ତା , ଓଡ଼ିଶା ଟ୍ରେଜେରୀ ସଂଘ କର୍ମକର୍ତ୍ତା , ଓଡ଼ିଶା ସବ ରେଜିଷ୍ଟାର ସଙ୍ଘ ଏହାକୁ ସମର୍ଥନ ଜଣାଇଛି । ରାଜ୍ୟ ସଙ୍ଘ ଆହ୍ୱାନ କ୍ରମେ କେନ୍ଦୁଝର ଜିଲ୍ଲାର ୮୦୦ ରୁ ଉର୍ଦ୍ଧ୍ବ ଅମଲା କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଛନ୍ତି । ଆଜି କଳା ବ୍ୟାଚ ପିନ୍ଧି ପ୍ରତୀକାତ୍ମକ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱଳ୍ପ ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତ ଅମଲାଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ କାର୍ଯ୍ୟ ଠପ କରିଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାଦ୍ୱାରା ବିଭିନ୍ନ ଗାଁ ଗହlଳିରୁ ବିଭିନ୍ନ କାର୍ଯ୍ଯ ପାଇଁ ଆସୁଥିବା ଲୋକେ କୌଣସି ପ୍ରକାର ହଇରାଣ ହରକତ ହେଲେ ସରକାର ଏଥିନିମନ୍ତେ ଦାୟୀ ରହିବେ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।