ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଜୁନ୍ ସୁଦ୍ଧା ତ୍ରୈମାସିକ ବଜେଟ ଖର୍ଚ୍ଚ କରିବାକୁ ପ୍ରମୁଖ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ
ଭୁବନେଶ୍ୱର ,( ୨୫ / ୦୫ / ୨୦୨୩) ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି । ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରି ୨୦୨୩ – ୨୪ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ପ୍ରଥମ ତିନିମାସ ପାଇଁ ଅନୁମୋଦିତ ହୋଇଥିବା ବ୍ୟୟବରାଦକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ତିନିମାସ ପାଇଁ ବିଭାଗ ବଜେଟର ୨୫ ପ୍ରତିଶତ ବ୍ୟୟ ଧାର୍ଯ୍ୟ ଥିଲେ ହେଁ ଅନେକ ଡିଭିଜନରେ ଏହି ଲକ୍ଷ୍ୟ ହାସଲ ହୋଇପାରିନାହିଁ । ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ପ୍ରଥମ ତ୍ରୈମାସିକ ଅନୁଦାନ ସମ୍ପୂର୍ଣ୍ଣ ବ୍ୟୟ କରିବା ପାଇଁ ଶ୍ରୀ ସିଂହ କଡା ନିର୍ଦ୍ଦେଶ ଦେବା ସହ ଅବହେଳା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ଉତ୍ତରଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ । ସେହିପରି କ୍ଷେତ୍ରୀୟ ସ୍ତରରେ ବ୍ୟୟ ପାଇଁ ମଗା ଯାଉଥିବା ଅନୁଦାନ ରାଶି ୪୮ ଘଣ୍ଟା ଭିତରେ ମିଳିଯିବା ଜରୁରୀ । ମୁଖ୍ୟଯନ୍ତ୍ରୀମାନେ ଏଥ୍ପ୍ରତି ଯବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ । ସମୟସୀମା ମଧ୍ୟରେ ରାସ୍ତା , ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ଵ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟସୀମା କୌଣସି ପରିସ୍ଥିତିରେ ପାର ହେବା ଉଚିତ ନୁହେଁ । ଯୋଗାଯୋଗ ପାଇଁ ଏଣିକି ବିଭାଗକୁ ପ୍ରେରିତ ସମସ୍ତ ଚିଠିପତ୍ର ଓସ୍ଵାସ ମାଧ୍ୟମରେ ପଠାଇବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ପ୍ରାରମ୍ଭରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସର୍ବୋଚ୍ଚ ପ୍ରାଥମିକତା ପ୍ରକଳ୍ପଗୁଡିକର ଆସନ୍ତା ଜୁନ ୭ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି ୨୦୨୪ ଫେବୃୟାରୀ ସୁଦ୍ଧା ପ୍ରକଳ୍ପ ସାରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା , ମୁଖ୍ୟମନ୍ତ୍ରୀ ସଡକ ଯୋଜନା , କୋଠାବାଡି , ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରା ଯାଇଥିଲା । ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ଚଳିତ ୨୦୨୩ – ୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧ୍ୟାକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ସମସ୍ତ ୬୦ ଗୋଟି ଡିଭିଜନ ଏବଂ ୧୩ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା , ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ , ଇ.ଆଇ.ସି ଶ୍ରୀ ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Recent Post

Live Cricket Update

You May Like This