ମିଟିକାରାଣୀ ସୃତି ସଂସଦର ପ୍ରଥମ ବାର୍ଷିକ ସ୍କୁତି ଚାରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମିଟିକାରାଣୀ ସୃତି ସଂସଦର ପ୍ରଥମ ବାର୍ଷିକ ସ୍କୁତି ଚାରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବିଷୟ _____ ଆଳି ବ୍ଳକ ଅନ୍ତର୍ଗତ ଦେସାହୀ ଠାରେ ଥିବା ଆରାଧ୍ୟ ଦେବତା ଦଧିବାମନ ଜୀଉଙ୍କ ପ୍ରାଙ୍ଗଣରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍କୁତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଅଖିଳଚକ୍ର ଓଡ଼ିଶାର
ସମ୍ପାଦକ ହରେକୃଷ୍ଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଅଜୟ କୁମାର ଓଝା,
ସମ୍ମାନୀତ ଅତିଥି ଭାବେ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର, କୃଷୀ ବୈଙ୍କାନିକ ଧରଣୀଧର ପାତ୍ର,ଆଳି ନାଗରିକ ମଞର ସଭାପତି ଧନେଶ୍ୱର ରାଉତ,ଆଦର୍ଶ ଶିକ୍ଷକ ସଞ୍ଜୟ କୁମାର ସାମଲ,କବି ନେତ୍ରାନନ୍ଦ ଦାସ, ଶିକ୍ଷାବିତ ପ୍ରବୋଧ କୁମାର ସାମଲ, ବଳିଷ୍ଠ ଶିକ୍ଷାବିତ ନରହରୀ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନଙ୍କ ଗ୍ରହଣରେ ମିଟିକାରାଣୀଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରାଯାଇଥିଲା।ପରେ ପରେ
ଅନୁଷ୍ଠିତ ସ୍କୁତିଚାରଣ ସଭାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ
ବ୍ୟକ୍ତି ବିଶେଷଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଲୋତକ ବିନ୍ଦୁ ଦାଶ,
ସରୋଜ କୁମାର ସାହୁ,ସହଦେବ ସିଂହ,
ପ୍ରଶାନ୍ତ କୁମାର ବାରିକ, ସୂର୍ଯ୍ୟକାନ୍ତ ବାରିକ, ଅକ୍ଷୟ କୁମାର ପଣ୍ଡା, ପଣ୍ଡିତ ବଟକୃଷ୍ଣ ପଣ୍ଡା, ପୁରୁଷୋତ୍ତମ ପଲ୍ଲାଇ ପ୍ରମୁଖ ସହଯୋଗ କରିଥିବା ବେଳେ
ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର
ବାରିକ କୃତଜ୍ଞତା ଜ୍ଞାପନ କରିଥିଲେ ।
ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ
ମିଟିକାରାଣୀ ଜଣେ ଧର୍ମପରାୟଣ, ପରୋପକାରୀ,ଆଦର୍ଶ ଗୃହିଣୀ ଭାବେ ବେଶ ଲୋକପ୍ରିୟ ଥିଲେ ।

ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update