ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀରେ ବିଧାୟକ ରଘୁନନ୍ଦନ ଙ୍କୁ ନେଇ ବିଶାଳ ସ୍ୱାଗତ ଶୋଭାଯାତ୍ରା ଅନୁଷ୍ଠିତ

(ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀରେ ବିଧାୟକ ରଘୁନନ୍ଦନ ଙ୍କୁ ନେଇ ବିଶାଳ ସ୍ୱାଗତ ଶୋଭାଯାତ୍ରା ଅନୁଷ୍ଠିତ )

ଜଗତସିଂହପୁର
ତା 26/5/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଅନେକ ଦିନ ହେବ ସ୍ଵାସ୍ତ୍ୟ ଜନିତ ସମସ୍ୟା କୁ ନେଇ ବିଦେଶ ରେ ଚିକିଛିତ ହେବା ପରେ ୬ ମାସ ପରେ ସମ୍ପୂର୍ଣ ଆରୋଗ୍ୟ ହୋଇ ନିଜ ନିର୍ବାଚନ ମାଟି କୁ ଫେରିବାର ଆଗମନ ରେ ବାଲିକୁଦା ଏରସମା ଅଞ୍ଚଳ ର ହଜାର ହଜାର କର୍ମୀ ସ୍ୱାଗତ ଶୋଭାଯାତ୍ରା ର ଆୟୋଜନ କରିଛନ୍ତି |ଏହି ଉପଲକ୍ଷେ ବାଲିକୁଦା ସଦେଇପୁର ଠାରୁ ଏରସମା ଗଡ଼କୁଜଙ୍ଗ ପର୍ଯ୍ୟନ୍ତ ବିଶାଳ ସ୍ୱାଗତ ଶୋଭାଯାତ୍ରା ର ଆୟୋଜନ କରାଯାଇ ବାଜା, ବାଣ, ରୋଷଣୀ ରେ ହଜାର ହଜାର କର୍ମୀ ଙ୍କ ଗହଣ ରେ ବିଧାୟକ ରଘୁନନ୍ଦନ ଙ୍କୁ ବଜାର ପରିକ୍ରମା କରିଥିଲେ |ସମସ୍ତ ଛକ, ବିଭିନ୍ନ ଅନୁଷ୍ଠାନ, ପକ୍ଷରୁ ବିଧାୟକ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି ସ୍ୱାଗତ ଶୋଭାଯାତ୍ରା ରେ ବାଲିକୁଦା ବ୍ଲକ ଅଧକ୍ଷ୍ୟ ପ୍ରକାଶ ପ୍ରଧାନ, ବିଧାୟକ ଙ୍କ ସୁପୁତ୍ର ଆଦିତ୍ୟ ରଞ୍ଜନ ଦାସ | ଜ଼ିଲ୍ଲା ଯୁବ ସଭାପତି ପାର୍ଥ ସାରଥୀ, ସମସ୍ତ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ହଜାରହଜାର ବିଜେଡି କର୍ମୀ ଯୋଗଦେଇଥିଲେ | ପ୍ରବଳ ଖରା କୁ ଖାତିର ନ କରି ବାଲିକୁଦା ଏରସମା ଅଞ୍ଚଳ ଲୋକରଣ୍ୟ ହୋଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This