ମା ଶାରଳା ପୂଜକଙ୍କ କଳା କାରନାମା

(ମା ଶାରଳା ପୂଜକଙ୍କ କଳା କାରନାମା)

ଜଗତସିଂହପୁର
ତା =26/5/23
-ପୁଣି ସାମ୍ନାକୁ ଆସିଲା ଆଉ ଜଣେ ଭଣ୍ଡ ବାବାଙ୍କର କଳାକାରନାମା । ମା ସାରଳାଙ୍କର ପୂଜକ ହୋଇଥିବାରୁ ବିଭିନ୍ନ ପ୍ରକାର ସମସ୍ୟାକୁ ଦୁରକରାଇବା କହି ନିଜ ଆକ୍ରୋଶର ଶିକାର ବନାଉ ଥିଲେ ନିରୀହ ମହିଳା ମାନଙ୍କୁ l ପ୍ରଥମେ ମନ୍ଦିରକୁ ପୂଜା କରିବାକୁ ଯାଉଥିବା ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ଶଙ୍କଟ ଥିବାର ଡର ଦେଖାଇ ମହିଳା ମାନଙ୍କୁ ତାଙ୍କୁ ଯୋଗାଯୋଗ କରିବା ପାଇଁ କହୁଥିଲେ ଏହି ପୂଜକ ଜଣକ l ତେବେ ପୂଜା ଆଳରେ ବିଭିନ୍ନ ପ୍ରକାର ଆପତ୍ତି ଜନକ କଥାବାର୍ତ୍ତା ହେଉଥିଲେ ମହିଳା ମାନଙ୍କ ସହିତ l ଯାହାର କିଛି ଉପାୟ ନପାଇ ନିରୀହ ମହିଳା ମାନେ ମାନିଯାଉ ଥିଲେ । ଯାହାର ସୁଯୋଗ ନେଇ ପୂଜକ ନିଜର ଭୋକ ମେଣ୍ଟାଉ ଥିଲେ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନିକଟସ୍ତ ଶାଳଜଙ୍ଗ ପଞ୍ଚାୟତର କାଂଶ ଗ୍ରାମରେ ।ଏହି ଗ୍ରାମର ଜୈନିକ ମହିଳାଙ୍କୁ ନିଜ ଜାଲରେ ଫସାଇ ଥିଲେ ଏହି ପୂଜକ ଜଣକ l ଶାରଳା ମନ୍ଦିରରେ ପୂଜକ ଭାବେ କାମ କରୁଥିବା ସମୀର କାନ୍ତ ରାଉଳ ଓରଫ କୁନୁ ନନା l ଯାହାଙ୍କ କାଣ୍ଡକାରନାମା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ l ଶାରଳା ମନ୍ଦିରକୁ ପୂଜା କରିବାକୁ ଯାଇ ଥିବା ଏହି ମହିଳା ଜଣକୁ ବିଭିନ୍ନ ପ୍ରକାର ପରିବାରରେ ସମସ୍ୟା ଓ ବାସ୍ତୁଦୋଷ ରହିଥିବାର କହି ନିଜ ଜାଲରେ ଫସାଇଥିଲେ ଭଣ୍ଡ ବାବା , ଆରମ୍ଭ କରିଥିଲେ ନିଜର ଭାଣ୍ଡାମୀ l ତେବେ କାଂଶ ଗ୍ରାମର ଉକ୍ତ ମହିଳାଙ୍କ ଘରକୁ ଯାଇ ପୂଜା ଅର୍ଚ୍ଚନା କରିବା ବାହାନାରେ ମହିଳାଙ୍କୁ ଏକୁଟିଆ ଘରେ ରହିବାକୁ କହି ଆରମ୍ଭ କରିଥିଲେ ଅସଦାଚରଣ ଉଦ୍ୟମ ଯାହାକି ମହିଳା ଜଣକ ନିଜକୁ ରକ୍ଷା କରିବା ପାଇଁ ଘରୁ ବାହାରକୁ ଧାଇଁ ଯାଇଥିଲେ l ତେବେ ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ପଡୋଶୀ ଓ ଗ୍ରାମବାସୀମାନ ମିଳିତ ଭାବରେ ଉକ୍ତ ଭଣ୍ଡ ବାବାକୁ କାବୁ କରିବା ସହିତ ଏକ ଗଛରେ ବାନ୍ଧିକି ରଖିଥିଲେ . ଏବଂ ପରେ ଜଗତସିଂହପୁର ପୋଲିସର ଜିମା ଦେଇଥିଲେ । ଏଭଳି ପରିସ୍ଥିତିରେ ଉକ୍ତ ଭଣ୍ଡ ବାବାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ମହିଳାଙ୍କ ପରିବାର ଲୋକେ ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This