ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜନ କଲେ ଚିନୁ।
୨୮ ୟୁନିଟ୍ ରକ୍ତ ସଂଗୃହୀତ।
ବ୍ରହ୍ମପୁର,୨୬/୦୫ ; ‘ରକ୍ତଦାନ ମହତ ଦାନ’ ଏହି ଶବ୍ଦକୁ ସବୁ ଯୁବପିଢୀଙ୍କ ମନରେ ଜାଗ୍ରତ କରିଛନ୍ତି। ଶୁକ୍ରବାର ୩୩ତମ ଜନ୍ମଦିନ ଅବସରରେ ପୁରୁଷୋତ୍ତମପୁର ଏନଏସିର ଯୁବସମାଜସେବୀ ଜି. ଲିଙ୍ଗରାଜ ଆଚାରୀ (ଚିନୁ)ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ରକ୍ତ ଭଣ୍ଡାର ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ପୂର୍ବାହ୍ନ ୧୦ ଘଣ୍ଟ ଠାରୁ ଆରମ୍ଭ ହୋଇ ୨ ଟା ପର୍ଯ୍ୟନ୍ତ ରକ୍ତଦାନ ଚାଲିଥିଲା ଏଠାରେ ୨୮ଜଣ ଯୁବକ ସ୍ଵେଚ୍ଛାକୃତ ଭାବେ ରକ୍ତ ଦେଇଥିଲେ। ରକ୍ତ ଭଣ୍ଡାର କତୃପକ୍ଷ ପୂର୍ଣ୍ଣ ଭାବେ ସମର୍ଥନ ସହ ସହଯୋଗ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ବର୍ତ୍ତମାନ ଯେପରି ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଲୋକେ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ସହ ଏହାର ପ୍ରଭାବ ବହୁଳ ମାତ୍ରା ରୋଗୀ ମାନଙ୍କ ଉପରେ ପଡୁଛି ଯେହେତୁ ଏମକେସିଜି ମେଡ଼ିକାଲ ରକ୍ତ ଭଣ୍ଡାର ରେ ସଂରକ୍ଷଣ ରକ୍ତ ମାତ୍ରା କମିଯାଇଛି। ଏଭଳି ରକ୍ତଦାନ ଶିବିର ବହୁଳ ମାତ୍ରାରେ କରିବା ଦ୍ୱାରା ରକ୍ତ ସଙ୍କଟ ସମସ୍ୟାର ସମାଧାନ ହୋଇପାରିବ ବୋଲି ଚିନୁ କହିଥିଲେ।ଆଜିର ଏହି କାର୍ଯ୍ୟକ୍ରମକୁ ବିଜେଡି ଯୁବନେତା ସୀତାରାମ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଆନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବବିଜେଡି ସଭାପତି ଭବାନୀକାନ୍ତ ସାହୁ, ଭାସ୍କର ବେହେରା,ସତ୍ୟ ନାରାୟଣ ନାୟକ, ଦୀପକ କୁମାର ବେହେରା, ସୁଧୀର ପ୍ରଧାନ, ସନ୍ନ୍ୟାସୀ ଗୌଡ଼, ସମାଜସେବୀ ତୋଫାନ ବେହେରା,ଶ୍ରୀନିବାସ ପଣ୍ଡା, ସରୋଜ କୁମାର ବେହେରା, ସଚିନ ପଣ୍ଡା, ଦୁର୍ଗା ମାଧବ ପ୍ରଧାନ, ପ୍ରଭାତ କୁମାର ସାହୁ, ସତ୍ୟ ପ୍ରକାଶ ନାୟକ ପ୍ରମୁଖ ସହଯୋଗ କରୁଥିଲେ।