ପାଟଣା-ପିପିଳିଆ ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ମରଣ ଯନ୍ତା

ପାଟଣା-ପିପିଳିଆ ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି। ଖବର ଅନୁଯାୟୀ ପୂର୍ତ୍ତବିଭାଗ ସ୍ୱାମ ଛକ ଠାରୁ ପିପିଳିଆ ପର୍ୟ୍ୟନ୍ତ ୧୬ କିମି ରାସ୍ତା ମଧ୍ୟରୁ ସ୍ୱାମରୁ ୧୦ କିମି ରାସ୍ତାର ଉନ୍ନତିକରଣ ଏବଂ ପିଚୁ କରାଯିବା ସକାଶେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ରାସ୍ତା ନିର୍ମାଣ ପାଇଁ ୭ କୋଟିରୁ ଉର୍ଦ୍ଧ୍ଵଟଙ୍କାର ବ୍ୟୟବରାଦ କରିଥିଲେ। ରାସ୍ତା ନିର୍ମାଣ ଅବଧି ସରିଯାଇଥିଲେ ହେଁ ରାସ୍ତା କାର୍ୟ୍ୟ ଶେଷ ହେଉନାହିଁ। ସମ୍ପୃକ୍ତ ଠିକାଦାର ସଂସ୍ଥା ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତି କରଣ ନାମରେ ରାସ୍ତା ରୁ ପିଚୁ ଉଠାଇ ଦେଇଥିବାରୁ ଲୋକେ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଦୁରାଵସ୍ତାରେ ଧୂଳି ଉଡିବା ପାଇଁ ପାଣି ପକାଇବାର ବ୍ୟବସ୍ଥା ଥିଲେ ହେଁ ସଂସ୍ଥା ପକ୍ଷରୁ ରାସ୍ତାରେ ପାଣି ସିଞ୍ଚନ କରା ଯାଉ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପୂର୍ତ୍ତବିଭାଗର ଘଟଗାଁ ଏସଡିଓ ମହେଶ୍ବର ସେଠୀଙ୍କୁ ପଚାରିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ଶୀଘ୍ର ରାସ୍ତା କାର୍ୟ୍ୟ ସାରିବା ପାଇଁ ଚିଠି କରାଯାଇଛି ବୋଲି କହିଛନ୍ତି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update