ଢେଙ୍କାନାଳ -ରାଜ୍ୟ ସ୍ତରରେ ଚାଲିଥିବା ୧ ମାସ ବ୍ୟାପି ଶିଶୁ ଶ୍ରମିକ ନିରାକାରଣ ସଚେତନତା ଅଭିଯାନ ଜୁନ ମାସ ୦୧ ତାରିଖ ୨୦୨୩ ଠାରୁ ୩୦,୦୬ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ, ଆଜି ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକାରଣ ସଚେତନତା ଅଭିଯାନ – ୨୦୨୩ ର ଶୁଭାରମ୍ଭ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ପ୍ରାରମ୍ଭ କରାଯାଇଛି । ଏହି ପରିପେକ୍ଷ ରେ ଶିଶୁ ଶ୍ରମିକ ନିରାକାରଣ ସଚେତନତା ରଥ ଓ ଶିଶୁ ଶ୍ରମିକ ନିରାକାରଣ ସଚେତନତା ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା, ଏହାକୁ ଜିଲ୍ଲାପାଳ ଶ୍ରୀୟୁକୁ ସରୋଜ କୁମାର ସେଠୀ, ଭା.ପ୍ର.ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଟି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରୁ ବଲରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ଓ ସଚେତନତା ରଥ ଢେଙ୍କାନାଳ ମୁନିସିପାଲିଟି, ସଦର ବ୍ଲକ
ଓ
ଆଖ ପାଖ ଅଞ୍ଚଳରେ ସଚେତନତା ର ବାର୍ତ୍ତା ପ୍ରଚାର କରିଥିଲା । ଏଥିରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ବିଭିନ୍ନ ବାର୍ତ୍ତା, ସ୍ଲୋଗାନ ଓ ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଇବାର ଏକ ସଫଳ ପ୍ରଚେଷ୍ଟା ଜିଲ୍ଲା ଶ୍ରମ ବିଭାଗ ତରଫରୁ କରାଯାଇଥିଲା, ଏତଦବ୍ୟତୀତ ବାଲ୍ୟ ବିବାହ ରୁ ନିବୃତ ରହିବା ନିମନ୍ତେ ଏକ ସଚେତନତା ବାର୍ତ୍ତା Cap ମାଧ୍ୟମରେ ଓ ଶିଶୁ ଶ୍ରମିକ ନିରାକାରଣ ସଚେତନତା ନିମନ୍ତେ ଏକ ବ୍ୟାଚ ମଧ୍ୟମରେ ଏକ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଜଣାଇଥିଲେ କି ମାସ ବ୍ୟାପି ସଚେତନତା ସୃଷ୍ଟି କରିବା ନିମନ୍ତେ ସଚେତନତା ରଥ ସମସ୍ତ ବ୍ଲକ ଓ ପୌରାଞ୍ଚଳ ରେ ବୁଲିବା ସହିତ ସମସ୍ତ ଜିଲ୍ଲାର ବ୍ୟାପକ ଭାବରେ ଚଢାଉ ଜାରି ରହିବ ବୋଲି ଜଣାଇଥିଲେ । ଏତଦବ୍ୟତୀତ ଶିଶୁ ନିର୍ଯାତନା, ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ରୁ ନିବୃତ ରହି ସମସ୍ତ ଶିଶୁଙ୍କୁ ସରକାରୀ ଯୋଜନା ଅନ୍ତର୍ଗତ ITI ତଥା Polytechnic ରେ ପାଠ ପଢାଇ ସ୍ବାବଲମ୍ବି ହୋଇ ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ସଚେତନତା ସହିତ ଶିକ୍ଷା ଓ ସୁରକ୍ଷା ଶିଶୁଙ୍କର ନୈତିକ ଅଧୁକାର ଓ ତାହା କେବଳ ସମାଜ ର ସମସ୍ତ ଦ।ଇୱବାନ ନାଗରିକ ଓ ସରକାରୀ ବିଭାଗ ର ସହଯୋଗ ଏବଂ ସହଭାଗୀତ । ହାରା ହିଁ ସମ୍ଭବପର ତେବେ ଯାଇ ଢେଙ୍କାନାଳ ଜିଲ୍ଲା କୁ ଆମେ ଶିଶୁ ଶ୍ରମ, ଶିଶୁ ନିର୍ଯ୍ୟାତନା ଓ ବାଲ୍ୟ ବିବାହ ମୁଗ୍ଧ ଜିଲ୍ଲା ଭାବରେ ଗଢିତୋଳିବା ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରକାଶ କରିବା ସହିତ “ମୁଁ ଶିଶୁ, ଶିକ୍ଷା ଓ ସୁରକ୍ଷା ମୋର ଅଧିକାର – ମୁଁ ଶିକ୍ଷା ଚାହେଁ ଦକ୍ଷତା ନିମନ୍ତେ ………. ସ୍ଲୋଗାନ ଦେଇ ସମସ୍ତଙ୍କୁ ଶିଶୁ ଙ୍କୁ ଶ୍ରମିକ ଭାବରେ ନିୟୋଜିତ କରିବାରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସହଭାଗୀଜା ଦେଉଥିବା ବିଭାଗ ଯଥା ଅତିରିକୁ ଜିଲ୍ଲାପାଳ , ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଜିଲ୍ଲା ନିୟୋଜନ ଅଧିକାରୀ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂଯୋଜକ UNCEF , ଛାଇଲ୍ଡ ଲାଇନ ସୋଭା , ଏକଜୁଟ ଆଶା, ବିଶ୍ବ ଯୁବ କେନ୍ଦ୍ର ର ପ୍ରତିନିଧୁ ବିଭିନ୍ନ ଶ୍ରମିକ ସଂଗଠନ ରା କର୍ମକର୍ତ୍ତା ଓ ବିଶ୍ବ କୁଳ ଶିଶୁ ଗୃହ ର ଅନ୍ଵେବାସୀ ମାନେ ସଚେତନତା ସୋଭା ଯାତ୍ରା ରେ ବାହାରି ବଲରାମ ମନ୍ଦିର ପରଜାନୁ ଯାଇଥିଲେ । ଏଠି ସହିତ ପ୍ରଚାରପତ୍ର ମାଧ୍ୟମ ରେ ଓ ସଚେତନତା ରଥ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ଶ୍ରୀ ରମେଶ କୁମାର ସେଠୀ, CWC Chairman ଶ୍ରୀ ପୁଷ୍ପକ ତ୍ରିପାଠୀ, SDPO ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଢେଙ୍କାନାଳ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ ଦଳେଇ, ରଶ୍ମି ରଞ୍ଜନ ବରାଳ ଓ ହଲଧର ବରାଳ କାର୍ଯ୍ୟ।ଲୟ ର ଅନ୍ୟ କର୍ମଚାରୀମାନଙ୍କ ସହଯୋଗ ରେ ସଫଳତା ର ସହିତ ଆୟୋଜନ କରିଥିଲେ ।