( କିଦିନୀ ରୋଗରେ ପୀଡିତ ଶେଷଦେବ ଙ୍କ ପରିବାର କୁ ସହାୟତା ର ହାତ ବଢ଼ାଇଲା ରିଓ ଚାରିଟେବୁଲ ଟ୍ରଷ୍ଟ )
ଜଗତସିଂହପୁର
ତା =2/6/23
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ରତନପୁର ଗ୍ରାମର ଶେଷଦେବ ଦାଶ | ୨ବର୍ଷ ହେବ କିଡିନ ରୋଗରେ ଆକ୍ରନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି | ଶେଷଦେବଙ୍କ ରୋଜଗାର ଉପରେ ସାରା ପରିବାର ମୁହଁକୁ ଆହାର ଯାଏ |ଏବେ ରୋଗାଗ୍ରସ୍ତ ଶେଷଦେବ ରୋଜଗାର କରିବାକୁ ଅକ୍ଷମ | ଦୁଃଖ ଦୁର୍ଦଶା ଭିତରକୁ ଠେଲିହୋଇଯାଛି ପରିବାର | ଓଳିଏ ଖାଇଲେ ଓଳିଏ ଉପବାସ |
ଶେଷଦେବ ଙ୍କ ସମସ୍ୟା ସମ୍ପର୍କ ରେ ସୋସିଆଲ ମିଡିଆରେ ଖବର ପ୍ରସାରଣ
ଭୂବେନଶ୍ୱରର ରିଓ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ରାହୁଲ ସ୍ୱାଇଁ ଓ ତାଙ୍କ ଟିମ୍ ଶେଷଦେବଙ୍କ ବାସଭବନରେ ପହଞ୍ଚି ତାଙ୍କ ଦୁଃଖ କଷ୍ଟରେ ସାମିଲି ହୋଇ ବଢ଼ାଇଥିଲେ ସାହାଯ୍ୟର ହାତ || ଦୁଇ ମାସ ପାଇଁ ରାସନ ସାମଗ୍ରି ଓ କିଛି ଆର୍ଥିକ ସହାୟତା ଦେଇଥିଲେ ଶେଷଦେବଙ୍କୁ ||
ଏମିତିକି ଚିକିତ୍ସା ନିମନ୍ତେ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି ଶ୍ରୀ ସ୍ୱାଇଁ |
ଦୀପ ତଳ ଅନ୍ଧାର ଭଳି, ପ୍ରଶାସନ ନଜରକୁ ଆସିପାରିନି ନିଃସହାୟ ଶେଷଦେବଙ୍କ ଜୀବନ ଯନ୍ତ୍ରଣାର କାହାଣୀ ||ଏଭଳି ସମୟରେ ଶେଷଦେବଙ୍କୁ ଚିକିତ୍ସା ଓ ଆର୍ଥିକ ସହଯୋଗ ଦେଇ ଦରଦୀ ବନ୍ଧୁ ପାଲଟିଛି ରିଓ ଚାରି ଟେବୁଲ୍ ଟ୍ରଷ୍ଟ || ଅନ୍ୟ ବେସରକାରୀ ସଂସ୍ଥା ଟିକେ ଶେଷଦେବଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ ବୋଲି ନିବେଦନ କରିଛନ୍ତି ରାହୁଲ |
ଶେଷଦେବଙ୍କ ପରିବାର କହିଲେ, ତାଙ୍କ ଧର୍ମପତ୍ନୀ || ଆଗକୁ ପଛକୁ କେହି ନାହାନ୍ତି । ଯାହାକୁ ନେଇ ଶେଷଦେବ ଦାସ ୨ବର୍ଷ ହେବ କିଡିନ ରୋଗରେ ଛଟପଟ ହେଉଛନ୍ତି ।ସ୍ୱାମୀଙ୍କ ରୋଗ ଭଲ କରିବାକୁ ଯାଇ ତାଙ୍କ ଧର୍ମପତ୍ନ, ସୁନା ରୁପା ଓ ଘର ଖଣ୍ଡିଏକୁ ଛାଡିଦେଲେ ସବୁ ଚାଷ ଜମି ବିକ୍ରି କରି ସାରିଲେଣି ।ତେଣୁ ସମସ୍ତଙ୍କର ସହଯୋଗ ଶେଷଦେବଙ୍କୁ ନୂଆଜୀବନ ଦେବବୋଲି ରାହୁଲ ତାଙ୍କ ପ୍ରତିକ୍ରିୟାରେ ନିବେଦନ କହିଛନ୍ତି ||
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ