ଟାଟା ଷ୍ଟିଲ ମେରାମଣ୍ଡଳୀ ତରଫରୁ ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ ତରଫରୁ ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳିତ

ବିଶ୍ବ ତମ୍ବାଖୁ ବର୍ଜନ ଦିବସରେ ଟାଟା ଷ୍ଟିଲ ଫାଉଣ୍ଡେସନ ମେରାମଣ୍ଡଳୀ ପକ୍ଷରୁ ଯୁବପିଢିଙ୍କ ପାଇଁ ସ୍ବତନ୍ତ୍ର କାରଯ୍ୟକ୍ରମ ଆୟୋଜିତ । ଏହି ଦିନ ଟାଟା ଷ୍ଟିଲ ଫାଉଣ୍ଡେସନ ର ରିସ୍ତା ପ୍ରକଳ୍ପ ପକ୍ଷରୁ କିଶୋର – କିଶୋରୀଙ୍କ ପାଇଁ ଏକ ସଚେତନତା କାର ୟ୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା । “ ସମାଜ ପାଇଁ ତମ୍ବାଖୁର ନୁହେଁ ବରଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି ” ପ୍ରସଙ୍ଗ ଏହି କାରକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା ।
ରିସ୍ତାର ସଦସ୍ୟମାନେ କାରଯ୍ୟକ୍ରମରେ ଉପସ୍ଥିତ ରହି ଯୁବପିଢିଙ୍କୁ ତମ୍ବାଖୁ ସେବନର ଅପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ସଚେତନା କାରର୍ଯ୍ୟକ୍ରମ ବ୍ୟତିତ ରିସ୍ତା ପ୍ରକଳ୍ପ ପକ୍ଷରୁ ପିଲାମାନଙ୍କ ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା । ତମ୍ବାଖୁର ଅପକାରିତା ବିଷୟବସ୍ତୁକୁ ନେଇ ଆୟୋଜିତ ହେଇଥିବା ଏହି ପ୍ରତିଯୋଗିତାରେ କଳାଙ୍ଗ , ବାଙ୍ଗୁରୁସିଙ୍ଘ , ଗୁଣଦେଇ ଏବଂ ଶିବପୁର ପଞ୍ଚାୟତରେ ଥିବା ୮ ଟି ଗାଁର ପାଖାପାଖ୍ ୧୦୦ ଜଣ ପିଲା ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ କିଶୋର ସ୍ବାସ୍ଥ୍ୟ ସହାୟକ ଅମୂଲ୍ୟ ବେହେରା , ପ୍ରିୟଦର୍ଶିନୀ ବେହେରା , ପ୍ରିୟଙ୍କା ବେହେରା ଏବଂ ଶୀନିବାସ ବେହେରା ମିଳିତ ଭାବେ ସଫଳତାର ସହ ଆୟୋଜିତ କରିଥିବାବେଳେ ବିନିତା ଟପ୍ଲୋ ଏବଂ ସୁବାସ ବେହେରା ସେଠାରେ ଉପସ୍ଥିତ ରହି ସେମାନଙ୍କୁ ପ୍ରତିଯୋଗିତା ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀର ମେଡିକାଲ ସର୍ଭିସେସ ଟିମ୍ ର ସଦସ୍ୟମାନେ ଜି – ୪ ଆବାସିକ କଲୋନିରେ ରେ ଏକ ମୁଖ ପରୀକ୍ଷଣ ଓ ସଚେତନତା ଶିବିର ଆୟୋଜନ କରିଥିଲେ । ଏହି ଶିବିରରେ କଲୋନିର ୫୬ ଜଣ ବ୍ୟକ୍ତି ଯୋଗ ଦେଇଥିଲେ । ଟାଟା ଷ୍ଟିଲ ମେରାମଣ୍ଡଳୀର ମେଡିକାଲ ସର୍ଭିସେସ ଟିମ୍ ର ସଦସ୍ୟମାନେ ଶିବିରରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ତମ୍ବାଖୁ ସେବନର ଅପକାରିତା ସମ୍ପର୍କରେ ବୁଝାଇଥିଲେ ।

Recent Post

Live Cricket Update

You May Like This