ଦୋଷୀ ଓ ଅନ୍ୟାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆନ୍ଦୋଳନ

ଦୋଷୀ ଓ ଅନ୍ୟାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆନ୍ଦୋଳନ

ଅନୁଗୋଳ ଜିଲ୍ଲା ତାଳଚେର ଡିଭିଜନର ବଲଣ୍ଡା ସେକସନ ଦୁଇ କର୍ମଚାରୀ ରାଜେନ୍ଦ୍ର ନାରାୟଣ ପୃଷ୍ଟି, ରମାକାନ୍ତ ସାହୁ ଓ କମର୍ସିଆଲ ଅଧିକାରୀ ଙ୍କୁ ମାଡମରା ଘଟଣାରେ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ବିରୋଧ କରି ଚାଇଁପାଲ ଡିଭିଜନର ସମସ୍ତ କର୍ମଚାରୀ ଦୀର୍ଘ ୮ ଦିନ ଧରି ଆନ୍ଦୋଳନ ଜାରି ରଖିଥିବାବେଳେ ଏହାକୁ ଅଧିକ ତୀବ୍ର କରିବା ପାଇଁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଉପସଭାପତି ପଙ୍କଜ କୁମାର ତ୍ରିପାଠୀ, ସର୍କଲ ସମ୍ପାଦକ ପ୍ରାଣବନ୍ଧୁ ମହାନ୍ତି, ଢେଙ୍କାନାଳ ଡିଭିଜନ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ଆହ୍ଵାନ କ୍ରମେ ଢେଙ୍କାନାଳ ଓ ଅନୁଗୁଳ ଡିଭିଜନ ର ସମସ୍ତ କର୍ମଚାରୀ ନିଜ ଡିଭିଜନ ସମ୍ମୁଖ ରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଚାଇଁପାଲ ଡିଭିଜନ ସମ୍ପାଦକ ବିକାଶ ସାହୁ ଗଣମାଧ୍ୟମ ଆଗରେ ଟି ପି ସି ଓ ଡି ଏଲ୍ (TPCODL) ମ୍ୟାନେଜମେଣ୍ଟ ଓ ପୋଲିସ ବିଭାଗର ଅବହେଳିତ ମନୋଭାବ କୁ ଦୃଢ଼ ନିନ୍ଦା କରିବା ସହିତ ଆଗକୁ ଆନ୍ଦୋଳନ କୁ ତୀବ୍ର କରିବା ସହ ପ୍ରଶାସନ ଏଥିପାଇଁ ଦୋଷୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ ରେ ଡିଭିଜନ ର ୧୪ଟି ସେକ୍ସନ ର ସମସ୍ତ କର୍ମଚାରୀ ଯୋଗ ଦେଇଥିବାର ନଜରରେ ଆସିଛି।

Recent Post

Live Cricket Update

You May Like This