ଟ୍ରେନ୍ ଦୃଘଟଣାରେ ମୃତକ ଆତ୍ମାର ସଦଗତି ନିମନ୍ତେ ନୀରବ ଶୋକ ସଭା

ଟ୍ରେନ୍ ଦୃଘଟଣାରେ ମୃତକ ଆତ୍ମାର ସଦଗତି ନିମନ୍ତେ ନୀରବ ଶୋକ ସଭା

ଢେଙ୍କାନାଳ ଗତ କାଲି ସନ୍ଧ୍ୟା ରେ ବାଲେଶ୍ଵର ଜିଲ୍ଲାର ବାହାନଗା ରେଳ ଷ୍ଟେସନ ପୂର୍ବରୁ କରମଣ୍ଡଳ ଏବଂ ଯଶୱନ୍ତିପୁର-ହାୱଡା ଏକ୍ସପ୍ରେସ ଧକ୍କା ଯୋଗୁଁ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି ପୂର୍ବାହ୍ନ ରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ନିରବ ଶୋକ ସଭା ହୋଇଯାଇଛି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ସମେତ ସମସ୍ତ ପଦସ୍ଥ ଅଧିକାରୀ, କର୍ମଚାରୀ ୧ ମିନିଟ ନିରବ ପ୍ରାର୍ଥନା କରି ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଆଜି ଢେଙ୍କାନାଳରେ ସାରାଦିନ ଶୋକ ସଭା ପାଳନ କରାଯିବ ଏବଂ କୈାଣସି ପ୍ରକାରର ଉତ୍ସବ ପାଳନ କରାଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ନିମନ୍ତେ ପ୍ରାସାସନିକ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଜିଲ୍ଲା ସାମ୍ବାଦିକ ସଂଘ ବିଭିନ୍ନ ଅନୁଷ୍ଠାନ ସାହାଯ୍ୟ ସହଯୋଗ ହାତ ବଢ଼ାଇବାକୁ ନିବେଦନ କରିଛନ୍ତି।

Recent Post

Live Cricket Update

You May Like This