ମା ଶିଖର ଚଣ୍ଡୀ ବିକାଶ ପରିଷଦ ପକ୍ଷରୁ ସୁରକ୍ଷା ପାଇଁ ଆହ୍ବାନ

ମା ଶିଖର ଚଣ୍ଡୀ ବିକାଶ ପରିଷଦ ପକ୍ଷରୁ ସୁରକ୍ଷା ପାଇଁ ଆହ୍ବାନ

ଶିଖରଚଣ୍ଡୀ ମନ୍ଦିର ବିକାଶ କରିବା ନାମରେ ପାହାଡ଼କୁ ବିକ୍ରି କରାଯାଇଛି ସେ ପାହାଡ଼କୁ ଦିନ ରାତି ବଡ ବଡ ମେସିନ ଲଗେଇ କଟା ଯାଇଛି। ଏହି ପାହାଡ଼ଟି ଅତି ପୁରାତନ ସହ ଐତିହ ପୀଠ, ମାଙ୍କୁ ମାନୁଥିବା ଏଠି ପାଖା ପାଖି 20 ଖଣ୍ଡ ଗ୍ରାମ ତେଣୁ କିଛି ଭି କାର୍ଯ୍ୟକ୍ରମ ହେଲେ ସମସ୍ତେ ଏହି ମନ୍ଦିରରେ ଏକାଠି ସହ ଭୋଜି ଭାତ ମଧ୍ୟ ହୁଏ ପ୍ରାକୃତିକ ସ୍ୱନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପାହାଡ଼ ଅନେକ ଜୀବ ଜନ୍ତୁ ମଧ୍ୟ ଏହି ପାହାଡ଼ରେ ଆଶ୍ରୟ ନେଉଥିଲେ । କିନ୍ତୁ ଏବେ ସରକାର ବିନା କୌଣସି ପଲ୍ଲୀ ସଭା କି ଜନ ଶୁଣାଣି ନ କରି ସମ୍ପୂର୍ଣ୍ଣ ପାହାଡ଼କୁ ଦିନ ରାତି ମେସିନ ଲଗେଇ ସଫା କରୁଛି ଯାହା ଫଳରରେ ଅଂଚଳରେ ତୀବ୍ର ଅସନ୍ତୁଷ୍ଟ ଦେଖା ଦେଇଛି ତେଣୁ ଗତ 28 ତାରିଖରେ ଅଂଚଳର କିଛି ଯୁବକ ଆଗକୁ ଆସି ଏହି ବିକାଶ ନାମରେ ବିନାଶ କାର୍ଯ୍ୟ କୁ ବିରୋଧ କରିଥିଲେ ତା ସହ ଅଞ୍ଚଳର ସମସ୍ତ ଗ୍ରାମର ମୁଖିଆ ମାନଙ୍କୁ ଏହି ବିବାଦରେ ଅବଗତ ସହ ଏକ ପୂର୍ଣ୍ଣାଙ୍ଗ ବୈଠକ ଆଜି 30 ମେ ରେ ଡାକିଥିଲେ ଏଥିରେ ପାଖା ଦାରୁଠେଙ୍ଗ ଚନ୍ଦକା ପଟିଆ ପଥରଗାଡ଼ିଆ ଅନ୍ଧାରୁଆ ରଘୁନାଥପୁର ରଙ୍ଗମଟିଆ ଗାଡକଣ ପଦାସହି କଲରହଙ୍ଗ କଲଝରି ଶିଖରଚଣ୍ଡୀ ନଗର ଆଦି ଅଂଚଳର ମୁରବି ସରପଞ୍ଚ ସହ ଗ୍ରାମ କମିଟି ଯୋଗ ଦେଇଥିଲେ । ବୈଠକ ରେ ନିଷ୍ପତି କି ଆସନ୍ତା କାଲି ଆମ ଅଞ୍ଚଳର ଲୋକ ପ୍ରତିନିଧି ସହ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରାଯିବ ଏବଂ ସେମାନଙ୍କୁ 7 ଦିନ ଭିତରେ ପାହାଡ଼ କଟାଯାଉଥିବା କାର୍ଯ୍ୟ କୁ ବନ୍ଦ କରିବା ପାଇଁ ନିବେଦନ କରାଯିବ ଯଦି ସେମାନେ ଏହି 7 ଦିନ ଭିତରେ ଗଠନ ହେଇଥିବା ଅଞ୍ଚଳର କମିଟି ସହ ଆଲୋଚନା ବା କାର୍ଯ୍ୟ ବନ୍ଦ ନକରନ୍ତି ତେବେ ଆନ୍ଦୋଳନ ସହ ଆଇନ ର ଆଶ୍ରୟ ନିଆଯିବା । ବୈଠକ ଶେଷରେ ଶହ ଶହ ଯୁବକ ସହ ଗ୍ରାମ ମୁରବି ମାନେ ସେ ପାହାଡ଼ ପରିଦର୍ଶନ କରି ସେଠାରେ ସାଙ୍କେତିକ ବିରୋଧ ପଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ

Recent Post

Live Cricket Update

You May Like This