କାର୍ସିନୋଭା କ୍ୟାନସର ହସ୍ପିଟାଲରେ ବିଶ୍ଵ କର୍କଟ ବିଜୟ ଦିବସ ପାଳିତ

କାର୍ସିନୋଭା କ୍ୟାନସର ହସ୍ପିଟାଲରେ ବିଶ୍ଵ କର୍କଟ ବିଜୟ ଦିବସ ପାଳିତ ।

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ନୂଆପାଟଣା ସ୍ଥିତ କାର୍ସିନୋଭା କ୍ୟାନସର ହସପିଟାଲରେ ବିଶ୍ଵ କର୍କଟ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯେଉଁମାନେ କର୍କଟ ରୋଗରେ ଦୀର୍ଘ ଦିନ ଧରି ଜୀବନ ସହ ସଂଘର୍ଷ ବା କ୍ୟାନସର ରୋଗ କୁ ସାମ୍ନା କରୁଛନ୍ତି ଏବଂ ଯେଉଁମାନେ କ୍ୟାନସର ରୋଗ ରୁ ମୁକ୍ତି ପାଇଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ କାର୍ସିନୋଭା କ୍ୟାନସର ହସପିଟାଲରେ ପରିସର ମଧ୍ୟରେ ରବିବାର ୪ ତାରିଖ ଦିନ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବହୁ କର୍କଟ ଯୋଦ୍ଧା ଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କର୍କଟ ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଡକ୍ଟର କ୍ରିତିଶ୍ ଚନ୍ଦ୍ର ମିଶ୍ର, ଡକ୍ଟର ପ୍ରଜ୍ଞା ପ୍ରତିମା ମିଶ୍ର,ସୂଚନା ଓ ଲୋକସମ୍ପର୍କ ଅଧିକାରୀ କିଶୋର ଚନ୍ଦ୍ର ରଥ ଙ୍କ ସହ ହସପିଟାଲର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ।

Recent Post

Live Cricket Update

You May Like This