ସ୍ନାନବେଦୀରେ କେନ୍ଦୁଝରର ଆରାଧ୍ୟ ଦେବତା, ଶ୍ରୀ ଶ୍ରୀ ବଳଦେବଜୀଙ୍କ ସ୍ନାନ ପୂର୍ଣ୍ଣିମା।
କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ତଥା ଅଧିଷ୍ଠାତା ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସ୍ନାନପୂର୍ଣ୍ଣିମା, ଏହି ସ୍ନାନ ପୂର୍ଣ୍ଣିମାର ଦୃଶ୍ୟ କଛି ଅନନ୍ୟ। ମନ୍ଦିର ଛାଡି ଶ୍ରୀ ଶ୍ରୀ ବଳଦେବ ଜୀଉ ଭାଇ ଭଉଣୀ ଓ ସୁଦର୍ଶନ ଙ୍କ ସହ ସ୍ନାନ ମଣ୍ଡପରେ, ଏହିଭଳି ପ୍ରଭୁଙ୍କ ଗଜାନନ ବେଶ କୁ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ। ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଦେଖିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିପାଇଁ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିଛନ୍ତି ତିନି ଠାକୁର ଓ ସାଙ୍ଗରେ ପ୍ରଭୁ ସୁଦର୍ଶନ । ସୂଚନା ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକାନ୍ତି ତଥା ସେବା କାର୍ଯ୍ୟ ମନ୍ଦୀର ପ୍ରଶାସନ ପକ୍ଷରୁ କରଯାଇଥିଲା । ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭକ୍ତଙ୍କ ସୁ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛି ପ୍ରଶାସନ ।ଉପଜିଲାପାଳ ତଥା ଦେବତ୍ତର ବିଭାଗର ଅଧିକାରୀ ରାମଚନ୍ଦ୍ର କିସ୍କୁ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ତଦାରଖ କରିଥିଲା ଜିଲ୍ଲା ପ୍ରଶାସନ। ଟେବେ କୌଣଷି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପୋଲିସ୍ ପ୍ରଶାଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।