ପଟିଦିଅଁ ପୂଜା ପାଉଛନ୍ତି ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପଟିଦିଅଁଙ୍କର ପୂଜା ଚାଲୁରହିଛି। ବଳରାମଙ୍କ ବଦଳରେ ବାସୁଦେବ , ସୁଭଦ୍ରାଙ୍କ ବଦଳରେ ଭୂବନେଶ୍ବରୀ, କୃଷ୍ଣଙ୍କ ବଦଳରେ ନାରାୟଣ ପୂଜା ପାଉଛନ୍ତି। ପ୍ରତ୍ୟେକ ଦିନ ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବିଭିନ୍ନ ଫୁଲ ହାର ବଲ୍ଳବ ଭୋଗ,ଖେଚେଡ଼ି ଧୂପ, ମଧ୍ୟାହ୍ନ ରେ ଅନ୍ନ ଧୂପ, ସଂଧ୍ୟା ରେ ଆଳତି,ରାତ୍ରରେ ରାତ୍ର ଧୂପ ଓ ପହଡ ପଡ଼ିବ। ଏହି ନିତି ନେତ୍ରୋତ୍ସବ ପୂର୍ବ ଦିନ ପଯ୍ୟନ୍ତ ଚାଲୁରହିବ। ଅଣସରରେ ଠାକୁର ରହିବା ବେଳେ ଏହି ପଟିଦିଅଁ ପୂଜା ପାଇବେ। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର, ସୁଆର ନିଳମଣୀ ଆଚାର୍ଯ୍ୟ,କାହାଳିଆ ଟିକନ ବେହେରା , ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ଏହି ପଟିଦିଅଁ ପୂଜା ଚାଲୁରହିଛି।