ନାଲକୋ ଆସ୍ପଣ୍ଡ୍ ର ପାଉଁଶ ପାଣି ନନ୍ଦିରା ନାଳରେ ମିଶି ଗ୍ରାମ ବାସୀ ହନ୍ତସନ୍ତ

ନାଲକୋ ଆସ୍ପଣ୍ଡ୍ ର ପାଉଁଶ ପାଣି ନନ୍ଦିରା ନାଳରେ ମିଶି ଗ୍ରାମ ବାସୀ ହନ୍ତସନ୍ତ।

ଅନୁଗୋଳ ଜିଲ୍ଲା : ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଦେଇ ଜାଇଥିବା ନନ୍ଦିରା ନାଳରେ ଆଜି ନାଲକୋ ଆସ୍ପଣ୍ଡ ର ପାଉଁଶ ପାଣି ମିସିଛି । ଜାହା ଫଳରେ ଆଖ ପାଖ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ମୁତାବକ ଏହି ନନ୍ଦୀରା ଆଳରେ ପାଣି ଉପରେ ଆଖପାଖ ଅଞ୍ଚଳର ପାଞ୍ଚଟି ପଞ୍ଚାୟତ ନିର୍ଭର କରନ୍ତି ,ଯାହା କି ଗାଇ ଗୋରୁ ପାଣି ପିଇ ନାନା ପ୍ରକାର ରୋଗଗ୍ରସ୍ତ ହେଉଛନ୍ତି । ଗ୍ରାମ ବାସୀ ଙ୍କ ଏଭିଯୋଗ ଅନୁଯାୟୀ ଯେଉଁ ଦିନ ବର୍ଷା ହୁଏ ନାଲକୋ ଆସ୍ପଣ୍ଡର ପାଉଁଶ ପାଣି ନନ୍ଦିରା ନାଳକୁ ଛାଡି ନାଲକୋ କତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଲେ କୌଣସି ପ୍ରକାରର ନାଲକୋ ପଦକ୍ଷେପ ଗ୍ରହଣ କରୁନାହିଁ । ଜାହା ଫଳରେ ଆଖ ପାଖ ପଞ୍ଚାୟତର ଲୋକେ ପାଣିରେ ଗାଧେଇବା ଓ ଗାଇଗୋରୁ ପାଣି ପିଇ ପାରୁନଥିବା ବେଳେଏହି ପାଣିରେ ଯେଉଁ ଲୋକ ମାନେ ଗାଧୋଉଛନ୍ତି ନାନା ପ୍ରକାର ଚର୍ମ ରୋଗ ମଧ୍ୟ ହେଉଛି । ଜଦି ଏହାର କୌଣସି ପ୍ରକାରର ନାଲକୋ ପଦକ୍ଷେପ ଗ୍ରହଣ ନକରେ ତାହାହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବେ ବୋଲି ବଳରାମ ପ୍ରସାଦ ଓ ଆଖପାଖ ଅଞ୍ଚଳର ଲୋକେଚେତାବନୀ ଦେଇଛନ୍ତି।

ଅନୁଗୋଳରୁ ଚୈତନ୍ୟ ସାହୁ ଙ୍କ ରିପୋର୍ଟ

Recent Post

Live Cricket Update

You May Like This