ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସାଉଥ୍ ଆଫ୍ରିକା ରାଷ୍ଟ୍ରୀୟ ଶାଖାରେ ସାମୁହିକ ପ୍ରାର୍ଥନା ଓ ଶପଥ ଗ୍ରହଣ ଉତ୍ସବ।

ସମଗ୍ର ବିଶ୍ବରେ ମାନବବାଦର ପ୍ରଚାର ତଥା ପ୍ରସାର ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସାଉଥ୍ ଆଫ୍ରିକା ରାଷ୍ଟ୍ରୀୟ ଶାଖା ପରିସରରେ ଏକ ସାମୁହିକ ପ୍ରାର୍ଥନା ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସୂଚନାକ୍ରମେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ମୋକ୍ଷ ପ୍ରାପ୍ତି ନିମନ୍ତେ ଓ ଚିକିତ୍ସିତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ ନିମନ୍ତେ ନୀରବ ପ୍ରାର୍ଥନା ସହ ବିଶ୍ୱରେ ମାନବବାଦର ପ୍ରତିଷ୍ଠା ନିମନ୍ତେ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଫାଉଣ୍ଡେସନର ସାଉଥ୍ ଆଫ୍ରିକା ରାଷ୍ଟ୍ରୀୟ ସଂଯୋଜକ ମାଗ୍ନି ଭୂୟାନିଙ୍କ ନେତୃତ୍ବରେ “ମୋ ଗାଁ – ମୋ ପ୍ରତିଭା କାର୍ଯ୍ୟକ୍ରମ” ନିମନ୍ତେ କଳାକାର ଚୟନ , “ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ” ନିମନ୍ତେ ଯୁବ ସଦସ୍ୟ ଗ୍ରହଣ, ପରିବେଶ ସୁରକ୍ଷା ନିମନ୍ତେ “ଆନ୍ତର୍ଜାତୀୟ ସବୁଜ ସୁରକ୍ଷା ସଙ୍ଗଠନ କାର୍ଯ୍ୟକ୍ରମ ବନାନୀ” ପକ୍ଷରୁ ବୃକ୍ଷ ରୋପଣ, ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ” ଆନ୍ତର୍ଜାତିକ ଶିଶୁ ବିକାଶ କାର୍ଯ୍ୟକ୍ରମ ଆଶା ଆକାଶ କ୍ଲବ୍” ପକ୍ଷରୁ ବିଦ୍ୟାଳୟ ସ୍ତରରେ ଶିଶୁ ଚୟନ ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା।

Recent Post

Live Cricket Update

You May Like This