ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଂଘ

ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଂଘ.

ଭବାନୀପାଟଣା କଳାହାଣ୍ଡି ଜିଲ୍ଲାର ଭଙ୍ଗାବାରୀ ଠାରେ ନବନିର୍ମିତ ମେଡିକାଲ କଲେଜ କୁ ସରକାର ବିଧିବଦ୍ଧ ଭାବେ କଳାହାଣ୍ଡି ମାଟିର ଗର୍ବ ଏବଂ ଗୌରବ ସହିଦ ରେଣ୍ଡୋ ମାଝୀ ଙ୍କ ନାମରେ ନାମିତ କରିବା ଦ୍ୱାରା ସମଗ୍ର ଜିଲ୍ଲା ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଡ଼ିଷ୍ଟ୍ରିକ ଆଦିବାସୀ ସଂଘ ଏକ ସାମ୍ବାଦିକ ସମିଳନୀ ଆୟୋଜିତ କରି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏଥିରେ ସହଯୋଗ କରିଥିବା ଜିଲ୍ଲା ର ସମସ୍ତ ନେତୃତ୍ୱ ସ୍ଥାନୀୟ ବ୍ୟକ୍ତି ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l ସେମାନେ ସରକାରଙ୍କୁ ପୂର୍ବରୁ ମଧ୍ୟ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ସେମାନଙ୍କ ଦାବୀଗୁଡିକ ହେଲା ଜିଲ୍ଲା ର ଥୁଆମୂଳରାମପୁର ଠାରେ ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ଆଦିବାସୀ ଅଣଆଦିବାସୀ ଙ୍କୁ ଚିହ୍ନଟ କରିବା, ଆଦିବାସୀ ଭବନ ନିର୍ମାଣ ନିମନ୍ତେ ପାଞ୍ଚ କୋଟି ଟଙ୍କା ଅନୁଦାନ ଦେବାକୁ ସରକାରଙ୍କ ନିକଟରେ ଦାବିରଖିଥିଲେ l ଏହି ସମିଳନୀରେ ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରକାଶ ମାଝୀ, ଉପସଭାପତି ଶ୍ରୀ ରମେଶ ମାଝୀ, ଶ୍ରୀ ଭୁବନେଶ୍ୱର ମାଝୀ, ସମ୍ପାଦକ ଶ୍ରୀ ଋତୁରାଜ
ମାଝୀ ଙ୍କ ସମେତ ଜିଲ୍ଲାର ଶତାଧିକ ଅଦବାସୀ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ

Recent Post

Live Cricket Update

You May Like This