ଅଳକୁଣ୍ଡ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ ଭବନର ଶୁଭ ଉଦ୍ଘାଟନ


ଅଳକୁଣ୍ଡ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ ଭବନର ଶୁଭ ଉଦ୍ଘାଟନ

ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ ଭବନ, ପଞ୍ଚାୟତ ସୁବିଧା କେନ୍ଦ୍ର, ମିଶନଶକ୍ତି ଗୃହ, ମାର୍କେଟ କମ୍ପ୍ଲେକ୍ସ ର ଶୁଭ ଉଦ୍ଘାଟନ
ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ପଞ୍ଚାୟତ ତରଫରୁ ଏକ ଭବ୍ୟ ସମାରୋହରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଉତ୍ସବ ସ୍ଥଳକୁ ନିଆଯାଇଥିଲା। ଏହି ଅବସରରେ ପଞ୍ଚାୟତର ନୂତନ ସଭାପତି ଭାବେ ନିରଞ୍ଜନ ସାହୁଙ୍କୁ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଘୋଷଣା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ, ସରପଞ ସୁଶାନ୍ତ କୁମାର ଦାଶ, ବ୍ଳକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ବ୍ଳକ ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟା ଅହଲ୍ୟା ସ୍ବାଇଁ, ସୁନିତା ନାୟକ, ଖଗେଶ୍ବର ମହାନ୍ତି,ବ୍ଳକ ସଂଯୋଜକ ତଥା
ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ ମହାନ୍ତି, ନିର୍ବାଚନ ମଣ୍ଡଳୀ ସଭାପତି ମୁରଲୀଧର ବେହେରା, ସୁଶାନ୍ତ ମିଶ୍ର, ସଂଖ୍ୟାଲଘୁ ସେଲର ଉପସଭାପତି ଇଞ୍ଜିନିୟର ଲାଏକ ଅଲ୍ଲି ଖାଁ, ସମିତି ସଭ୍ୟା ସରସ୍ବତୀ ନାୟକ, ପଞ୍ଚାୟତ ମହିଳା ସଭାପତି ଅନୁପମା ଦାଶ ପ୍ରମୁଖ ଯୋଗଦେଇ ଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This