ନିୟନ୍ତ୍ରଣ ହରାଇ ଓଲଲା ମହେନ୍ଦ୍ରା ସବାରି,ତିନି ଗୁରୁତର।
କେନ୍ଦୁଝର,୭ା୬:ବାହାଘର ଭୋଜି ପାଇଁ ଝାଡଖଣ୍ଡ ହାଟଗମ୍ଭାରିଆ ରୁ ମଲଦା କାଶିଆ ଯାଉଥିବା ଏକ(ଓ ଆର-୧୧-ସି-୨୪୪୭) ମହେନ୍ଦ୍ରା ସବାରି ନିୟନ୍ତ୍ରଣ ହରାଇ କଙ୍କଳାଜୁଳି ହାତିଦରି ନିକଟରେ ଓଲଟି ପଡିଛି। ଫଳରେ ଗାଡି ଭିତରେ ଥିବା ୨୦ଜଣଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଥିବାବେଳେ ଅନ୍ୟମାନେ ଖଣ୍ତିଆଖାବରା ହୋଇ ଆହୋତ ହୋଇଛନ୍ତି। ତେବେ ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ଚାଳକ ଫେରାର ହେଇଯାଇଛି। ଖବର ପାଇ ଝୁମ୍ପୁରା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଗୁରୁତର ଏବଂ ଆହୋତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ।
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍