ହିନ୍ଦୁଧର୍ମର ବିନାଶ ଓ ବିଲୋପ ପାଇଁ ରୀତିମତ ଚାଲିଛି ଚକ୍ରାନ୍ତ, ବେଳଥାଉ ନଚେତିଲେ ସର୍ବନାଶ।
ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ଧର୍ମର ବିନାଶ ଓ ବିଲୋପ ପାଇଁ ରୀତିମତ ଭାବରେ ଚାଳିଛି ଷଡ଼ଯନ୍ତ୍ର, ଦେଶବାସୀ ନଚେତିଲେ ଆଗାମୀ ଦିନରେ ଷଡ଼ଯନ୍ତ୍ର କାରୀ ଆହୁରି ଉଗ୍ରରୂପ ନେବେ ଏଥିରେ କୌଣସି ସନ୍ଦେହ ନାହିଁ। ସେହିଭଳି ଏକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ଯୋଡା ବ୍ଲକ୍ ଅଧିନସ୍ତ ଗୁଆଲି ପଞ୍ଚାୟତ ଅନ୍ତର୍ଗତ ଗନ୍ଧଲପଦା ଗ୍ରାମର କିଛି ନିରୀହ ପରିବାର, ଯାହାଙ୍କୁ ଆଜି ସକାଳ ସମୟରେ ଗୁପ୍ତ ଯୋଜନା ଅନୁସାରେ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ କୁ ଆଣି ଧର୍ମ ପରିବର୍ତ୍ତନର ସତ୍ୟପାଠ କରାଇବାକୁ ଯୋଜନା କରାଯାଇଥିଲା, କିନ୍ତୁ କୌଣସି ପ୍ରକାରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ର କର୍ମକର୍ତ୍ତା ବନ୍ଧୁ ଓ ବଡ଼ବିଲର ପୂର୍ବତନ ନଗରପାଳ ଦିଲ୍ଲିପ ମିଶ୍ର ନିଜ ସହକର୍ମୀଙ୍କ ସହ ପହଞ୍ଚି ଏହାର ତୀବ୍ର ବିରୋଧ କରିଥିଲେ ଏବଂ ଏହି ଖବର ଶୁଣି ବଡ଼ବିଲ ର ସାମ୍ବାଦିକ ବନ୍ଧୁ ମଧ୍ୟ ପହଞ୍ଚି ଥିଲେ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଗୁଆଲୀ ପଞ୍ଚାୟତ ରୁଗୁଢ଼ି ଥାନା ଅନ୍ତର୍ଗତ ଗନ୍ଧଲପଦା ଗ୍ରାମର ନିରୀହ ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଖିର୍ଷ୍ଟିୟାନ ଧର୍ମକୁ ଆକୃଷ୍ଟ କରିବା ସହ ବିଗତ କିଛି ବର୍ଷ ହେବ ସେମାନଙ୍କୁ ଉକ୍ତ ଧର୍ମ ଅନୁସାରେ ପ୍ରାଥନା କରାଉଛନ୍ତି ଓ ଆଜି ଉକ୍ତ ଗ୍ରାମର ୨୬ ଜଣ ହିନ୍ଦୁ ତାଙ୍କର ଧର୍ମ ଛାଡି ଖ୍ରୀଷ୍ଟିଆନ ଧର୍ମ ପରିବର୍ତ୍ତନ ନିମନ୍ତେ ସତ୍ୟପାଠ କରିବାକୁ ଆସିଥିଲେ। ଏହାପରେ ବଡ଼ବିଲ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ପକ୍ଷରୁ ବିରୋଧ କରିବାର ଦେଖିବାକୁ ମିଳିଥିଲା। ଆସନ୍ତୁ ଶୁଣିବା କଣ କହୁଛନ୍ତି ଗ୍ରାମବାସୀ। ଏଥିରେ କୌଣସି ପ୍ରକାର ଲୋକଙ୍କୁ ଅବା କୌଣସି ସଂଗଠନକୁ ଦୋଷାରୋପ କରିବା ପୁର୍ବରୁ ଏକଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେ କଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ରାଜ୍ୟ ବାସିନ୍ଦା ଏଭଳି ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଲୋକହିତକର ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚେଇବାର ଆଞ୍ଚଳିକ ପ୍ରଶାସନର ଦୁର୍ବଳତା ଏଥିରେ ସ୍ପଷ୍ଟ ବାରିହେଇ ପଡୁଛି, ଯାହାପାଇଁ ଲୋକେ ଅତିଷ୍ଠ ହୋଇ କିଛି ଖଳ ପ୍ରକୃତି ଲୋକଙ୍କ ପ୍ରରୋଚନାରେ ହିନ୍ଦୁ ଧର୍ମ କୁ ଛାଡି ଅନ୍ୟ ଧର୍ମର ଆଶ୍ରୟ ନେବାକୁ ପଛଗୁଞ୍ଚା ଦେଉନାହାନ୍ତି। ଏଥିପ୍ରତି ତର୍ଜମା କରିବାର ସମୟ ଉପନୀତ ମନେହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।