ବଡ଼ବିଲ ପୌରପାଳିକା ଅନ୍ତର୍ଗତରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ବଡ଼ବିଲ ପୌରପାଳିକା ଅନ୍ତର୍ଗତରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ।

କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ସାତ ନମ୍ୱର୍ ୱାର୍ଡରେ ଆଦର୍ଶ ଶ୍ମଶାନ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ। ବଡ଼ବିଲ ପୌରପାଳିକା ଅନ୍ତର୍ଗତରେ ମାତ୍ର ସ୍ମଶାନ ଯାହାକି ବଡ଼ବିଲ ୱାର୍ଡ ନମ୍ବର ୮ ସ୍ଥିତ ସାଆନ୍ତବାହାଳ ଗ୍ରାମ ନିକଟରେ ଅବସ୍ଥିତ , କିନ୍ତୁ ବଡ଼ବିଲ ବାସୀଙ୍କ ନିବେଦନରେ ବଡ଼ବିଲ ପୌରପାଳିକା ନଗରପାଳ ଲକ୍ଷ୍ମଣ ମହାନ୍ତ ଏକ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ପ୍ରଚେଷ୍ଟା ଆରମ୍ବ କରିଥିଲେ, ଯାହାର ଫଳ ସ୍ୱରୂପ ଆଜି ବଡ଼ବିଲ ସାତ ନମ୍ୱର୍ ୱାର୍ଡ ବେଳକୁଣ୍ଡି ରାସ୍ତାରେ ଥିବା ନର୍ସରୀ ନିକଟରେ ଏକ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ଆଜି ଶୁଭ ମହୁରତରେ ପୂଜାର୍ଚ୍ଚନା କରିବା ପରେ ଲକ୍ଷ୍ମଣ ମହାନ୍ତ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏହି ଅବସରରେ ବଡ଼ବିଲ ପୌରଧିକାରୀ ଅଭିଷେକ ପଣ୍ଡା, ବଡ଼ବିଲ ତହସିଲଦାର ଶ୍ରୀ ଆଲୋକ କୁମାର ପଟେଲ ସାତ ନମ୍ୱର୍ ୱାର୍ଡ କାଉନସିଲର ଧର୍ମେନ୍ଦ୍ର ମହାନ୍ତ, ଭାଇସଚେୟାରମ୍ୟାନ୍ ଶ୍ରୀମତି ସରସ୍ୱତୀ ନାଏକ , ବଡ଼ବିଲ ପୌରପାଳିକାର ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଏବଂ କନିଷ୍ଟ ଯନ୍ତ୍ରୀ ମାନସ କୁମାର ଜେନା , ବଡ଼ବିଲ କାରାକୋଲା ଗ୍ରାମର ଲଛମନ ମହାନ୍ତ ଏବଂ ବହୁ ସଂଖ୍ୟାରେ ବଡ଼ବିଲ ବାସିନ୍ଦାଗଣ ଉପସ୍ଥିତ ଥିଲେ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Recent Post

Live Cricket Update