ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର୍ ପକ୍ଷରୁ ଢେଙ୍କାନାଳରେ ତୃଣମୂଳ ସ୍ତରରେ ହକିର ପ୍ରସାର
-୩୦୦ରୁ ଅଧିକ କ୍ୟାଡେଟ୍ଙ୍କୁ ପ୍ରଶିକ୍ଷଣ
ନରେନ୍ଦ୍ରପୁର ଜୁନ ୯, ୨୦୨୩: ଓଡ଼ିଶାର ଢେଙ୍କାନାଳରେ ତୃଣମୂଳସ୍ତରେ ହକିର ପ୍ରସାର ଦିଗରେ ଓଡ଼ିଶା ନାଭାଲ ଟାଟା ହକି ହାଇପରଫରମାନ୍ସ ସଂଟର ପ୍ରମୁଖ ଭୂମିକା ନିର୍ବାହ କରୁଛି । ୨୦୨୧ ଜାନୁଆରୀରେ ଖୋଲିଥିବା ଢେଙ୍କାନାଳରେ ହକି ତୃଣମୂଳ କେନ୍ଦ୍ର ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଂଚଳର ପ୍ରାୟ ୩୦୦ ଖେଳାଳିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଆସୁଛି । ହକି ହାଇ ପରଫରମାନ୍ସ ସଂଟର (ଏଚପିସି) ପକ୍ଷରୁ ସ୍ଥାନୀୟ ପ୍ରଶିକ୍ଷକ ଓ ନିୟମିତ ବ୍ୟବଧାନରେ ଢେଙ୍କାନାଳ ତୃଣମୂଳ କେନ୍ଦ୍ର ପରିଦର୍ଶନ କରୁଥିବା ଏଚ୍ପିସିର କେନ୍ଦ୍ରୀୟ ପ୍ରଶିକ୍ଷକମାନଙ୍କ ଦ୍ବାରା ଯୁବ ଖେଳାଳିମାନଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ୧୦ରୁ ୧୭ ବର୍ଷ ବୟସର ପ୍ରାୟ ୧୮୫ ବାଳକ ଓ ୧୧୫ ବାଳିକାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଅମରେଶ କବି ନାମକ ଢେଙ୍କାନାଳର ଜଣେ ଖେଳାଳି କହିଛନ୍ତି ଯେ, “ହକିର ବୃଦ୍ଧି ପାଉଥିବା ଲୋକପ୍ରିୟତାରେ ଅନୁପ୍ରାଣିତ ହୋଇ ମୁଁ ଗତ ତିନି ବର୍ଷ ଧରି ହକି ଖେଳୁଛି । ପ୍ରଥମେ ମୋର ଆତ୍ମବିଶ୍ଵାସ କମ୍ ଥିଲା, କିନ୍ତୁ ଆମ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ମୋର ଆତ୍ମବିଶ୍ବାସରେ ପର୍ଯ୍ୟାୟକ୍ରମେ ବୃଦ୍ଧି ଘଟିଛି । ଆଗାମୀ ଦିନରେ ଆମ ଦେଶ ପାଇଁ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିବା ହେଉଛି ମୋର ଲକ୍ଷ୍ୟ ।’’ବାଳିକା ଦଳ ରାଜ୍ୟର ଆନ୍ତଃ ଜିଲ୍ଲା ଟୁର୍ଣ୍ଣାମେଟ୍ ବିଜୟୀ ହେବା ଓ ବାଳକ ଦଳ ସବ ଜୁନିଅର ଆନ୍ତଃ ଜିଲ୍ଲା ଟୁର୍ଣ୍ଣାମେଟ୍ରେ ତୃତୀୟ ସ୍ଥାନ
ଅଧିକାର କରିବା ସହିତ ଢେଙ୍କାନାଳର ତୃଣମୂଳ କେନ୍ଦ୍ର ବହୁ ଶ୍ରେଷ୍ଠ ସଫଳତା ହାସଲ କରିସାରିଛି । ବାଳକ ଓ ବାଳିକାଙ୍କ ପାଇଁ ଖ୍ୟାତନାମା ଓଡ଼ିଶା ନାଭାଲ ଟାଟା ତୃଣମୂଳ ଲିଗ୍ ୨୦୨୨-୨୩ର ପଦାର୍ପଣରେ ଢେଙ୍କାନାଳ କେନ୍ଦୁ ବହୁତ ଭଲ ପ୍ରଦର୍ଶନ କରିଛି । କେନ୍ଦ୍ରର ବହୁ ଖେଳାଳି ବିଭିନ୍ନ ସ୍ତରରେ ଉତ୍କର୍ଷ ହାସଲ କରିଛନ୍ତି ଏବଂ ସର୍ବଭାରତୀୟ ଶିବିରରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରତିନିଧିତ୍ଵ କରିଛନ୍ତି । ଏହି କେନ୍ଦ୍ର ଶୁଭାରମ୍ଭ ହେବା ପରଠାରୁ ବିଶିଷ୍ଟ ହକି ଖେଳାଳି ବାବୁଲା ପ୍ରସାଦ ମହାନ୍ତି ଓ ସାଇ ପ୍ରସାଦ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଫ୍ଲୋରେନ୍ସିଆ ଏକ୍କା ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି ।
ଏହି କେନ୍ଦ୍ର ଶୁଭାରମ୍ଭ ହେବା ପରଠାରୁ ବିଶିଷ୍ଟ ହକି ଖେଳାଳି ବାବୁଲା ପ୍ରସାଦ ମହାନ୍ତ ଓ ସାଇ ପ୍ରସାଦ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ପ୍ଲେରେନ୍ସିଆ ଏଚ୍ ମଧ୍ୟ ସହାୟତା ପ୍ରଦାନ କରୁଛନ୍ତି ।
ଏହି ତୃଣମୂଳ କେନ୍ଦ୍ର ଆବଶ୍ୟକ ଅନୁଯାୟୀ ହକି ଉପକରଣ ଯୋଗାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ହକି ପ୍ରତି ଆକୃଷ୍ଟ କରିପାରିଛି ଏବଂ ଏଠାରେ ପ୍ରଶିକ୍ଷିତ ଛାତ୍ରଛାତ୍ରୀ ଅଭିଜ୍ଞତା ଓ ସ୍ଵୀକୃତି ହାସଲ କରିଥିବାରୁ ପ୍ରଶିକ୍ଷକ ବାବୁଲା ପ୍ରସାଦ ମହାନ୍ତି ଅନ୍ତରିକତା ସହ ଏହି କେନ୍ଦ୍ରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରନାନ୍ସ ସଂଟର୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍ କହିଛନ୍ତି ଯେ, ” ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଓଡ଼ିଶାର ୧୪ଟି ତୃଣମୂଳ କେନ୍ଦ୍ରରେ ଆମେ କ୍ୟାଡେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛୁ । ଶ୍ରେଷ୍ଠ ଖେଳାଳି ମାନେ ଏଚପିସିର ଆବାସିକ କାର୍ଯ୍ୟକ୍ରମ କିମ୍ବା ସରକାରଙ୍କ ଦ୍ଵାରା ପରିଚାଳିତ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇପାରିବେ । ଶ୍ରେଷ୍ଠ ଟୁšଫେଟ୍ ଓ ଭାରତ ପାଇଁ ଖେଳିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସରକାରଙ୍କ ଲକ୍ଷ୍ୟ-”ଯୁବପିଢ଼ି ପାଇଁ କ୍ରୀଡ଼ା, ଭବିଷ୍ୟତ ପାଇଁ ଯୁବପିଢ଼ି’’କୁ ଆଖିଆଗରେ ରଖି ଓଡ଼ିଶାରେ ଅଧିକରୁ ଅଧିକ କେନ୍ଦ୍ର ଖୋଲିବାକୁ ଆମେ ଯୋଜନା ରଖିଛୁ ।’’ଗତ ଏକ ବର୍ଷ ଭିତରେ ଭାରତୀୟ ଜାତୀୟ କନିଷ୍କ ମହିଳା ଶିବିର ପାଇଁ ଛଅ ଜଣ କ୍ୟାଡେଟ୍ ଚୟନ ଦେବାରେ ଓଡ଼ିଶାରେ ହକିର ପ୍ରସାର ଲାଗି ଏପିସିର ଉଦ୍ୟମ ପ୍ରତିଫଳିତ ହୋଇଛି, ଯେଉଁଥିରୁ ଚାରି ଜଣ ବାଳିକା ୨୦୨୨ରେ ଆୟରଲ୍ୟାଣ୍ଡରେ ଅନୁଷ୍ଠିତ ଉନିପହାର ୨୩ ବର୍ଷରୁ କମ୍ ୫-ଜାତୀୟ ଜାତୀୟ ମହିଳା ଟୁର୍ଣ୍ଣାମଂଟ୍ରେ ଦେଶ ପାଇଁ ଅନ୍ତର୍ଜାତିକ ପଦାର୍ପଣ କରିଥିଲେ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଓ ଟାଟା ଟ୍ରଷ୍ଟର ଯୌଥ ସହଯୋଗିତାରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସିକୁ ୨୦୧୯ରେ ଉଦ୍ଘାଟନ କରାଯାଇଥିଲା । ବିଗତ ବର୍ଷଗୁଡ଼ିକରେ ଏଚପିସିର ସାରା ରାଜ୍ୟରେ ସମ୍ପ୍ରସାରଣ ହୋଇଥିବା ବେଳେ ୩୦ ଅଭିଜ୍ଞ ପ୍ରଶିକ୍ଷକଙ୍କ ସହାୟତାରେ ୨,୨୦୦ରୁ ଅଧିକ ଯୁବ ପ୍ରଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ କରାଯାଇଛି। ଏହି ସମ୍ପ୍ରସାରଣରେ ସାମିଲ ରହିଛି ଦୁଇ ପ୍ରକାର ତୃଣମୂଳ କେନ୍ଦ୍ର ସ୍ଥାପନ କରିବା-୨୨ଟି ସ୍ଥାନରେ ଏଟିସି ଆଷ୍ଟ୍ରୋ ଟର୍ପ କେନ୍ଦ୍ର ମଧ୍ୟରୁ ୧୮ଟି କାର୍ଯ୍ୟକ୍ଷମ ଓ ୫ଟି ବିଭିନ୍ନ ସ୍ଥାନରେ ଘାସ ପିଚ୍ କେନ୍ଦ୍ର ।