ଢେଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

ଢେଙ୍କାନାଳ, ଡା, ୦୯.୦୬.୨୦୨୩ –
ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣଙ୍କ ସଭାପତିତ୍ଵରେ ଢେଙ୍କାନାଳ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି
ବୈଠକରେ ମାନ୍ୟବର ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ମାନ୍ୟବର ବିଧାୟକ ଡକ୍ଟର ନୃସିଂହ ଚରଣ ସାହୁ, ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଯୋଗ ଦେଇଥିଲେ । ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧୂ ମିଳିମିଶି ସହଯୋଗ ମନୋବୃତିରେ କାମ କରି ଜିଲ୍ଲାକୁ ରାଜ୍ୟରେ ଏକ ଆଗୁଆ ଜିଲ୍ଲାରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ ।
ସମସ୍ତଙ୍କର ସହଯୋଗରେ ଜିଲ୍ଲାର ବିକାଶ ଧାରା ଜାରି ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମତ ବ୍ୟକ୍ତ କରିବା ସହିତ ଜିଲ୍ଲା ପରିଷଦର ସଦସ୍ୟ ମାନେ ଲୋକମାନଙ୍କର ସାମୁହିକ ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ଯୋଜନା ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ କହିଛନ୍ତି ।
ବିଦ୍ୟୁତ ସରବରାହକୁ ଅଧ୍ଵ ବ୍ୟବସ୍ଥିତ କରିବା, ପାନୀୟ ଜଳ ଯୋଗର ସୁପରିଚାଳନା କରିବା, ସମସ୍ତ କ୍ଷୁଦ୍ର ଜଳସେଚନ ଓ ଉଠା ଜଳସେଚନ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରାଇ ଅଧିକ ଜଳସେଚନର ସୁବିଧା କରିଦା, ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ଲିଙ୍ଗର କାର୍ଯ୍ୟକାରିତା, ବିଭିନ୍ନ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ରୋଗୀ ସେବା ନିମନ୍ତେ ଭ୍ରାମ୍ୟମାଣ ଚିକିତ୍ସା ବ୍ୟବସ୍ଥା, ହାତୀ ଉପଦ୍ରବକୁ ରୋକିବା ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସ୍କୁଲ ପିଲାଙ୍କୁ ପୋଷାକ, ପୁସ୍ତକ, ଏବଂ ସାଇକେଲ ପ୍ରଦାନ, ବିଭିନ୍ନ ଯୋଜନାରେ ଅଧ୍ବକ ଶ୍ରମ ଦିବସ ସୃଷ୍ଟି କରି ଲୋକଙ୍କୁ କର୍ମ ଯୋଗାଣ, ମୋ ଘର ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବୈଠକରେ ବିଷଦ ଆଲୋଚନା ହୋଇଥିଲା ।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜିଲ୍ଲାର ଅର୍ଥନୈତିକ ବିକାଶ ଓ ସାମାଜିକ ନ୍ୟାୟ ପ୍ରଦାନ ନିମନ୍ତେ ସମନ୍ବୟ ରକ୍ଷା କରି ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ଅଧିକ ଧ୍ୟାନ ଦେବାକୁ କହିଥିଲେ ।
ଶେଷରେ ଜିଲ୍ଲା ପରିଷଦର ଉପଧାକ୍ଷା ଶ୍ରୀମତୀ ବିଳାସିନୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ଶ୍ରୀ ସରୋଜ କୁମାର ଦତ୍ତ (ପ୍ରଶାସନ), ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ବ୍ଳକ ଚେୟାରମ୍ୟାନ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


