ଢେଙ୍କାନାଳ (୦୯/୦୬):ଆଜି ଢେଙ୍କାନାଳ ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଏକମାସ ବ୍ୟାପୀ ଶିଶୁ ଶ୍ରମିକ ନିରାକାରଣ ସମାରୋହ ୨୦୨୩ ପାଳନ ଅବସର ରେ Unicof Action Aid Association , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ଆନୁକୁଲ୍ୟ ରେ ଏକ ଦିବସିୟ ଜିଲ୍ଲା ସ୍ତରୀୟ ବାଳିକା ହକି ଟୁରନାମେଣ୍ଟ କୁ ମାନ୍ୟବର ଜିଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଆଇ.ଏ.ଏସ୍. ଉଦଘାଟନ କରିଥିଲେ । ଏଥରେ ପ୍ରାୟ ୬୦ ରୁ ୭୦ ଜଣ ବିଭିନ୍ନ ବର୍ଗତ ବାଳିକା ହକି ଖେଳାଳି ୦୩ ଗୋଟି ଟିମ ରେ ବିଭକ୍ତ ହୋଇ ଏଥିରେ ଭାଗ ନେଇଥିଲେ । ଉଦଘାଟନ ଉତ୍ସବ ରେ Chairman CWC, ଢେଙ୍କାନାଳ, ଜିଲ୍ଲା ଶ୍ରମ ଅଧ୍ଵକାରା, ଢେଙ୍କାନାଳ, ୟୁନିସେଫ ଆକ୍ସନ ଏଡ଼ ଆସୋସିଏସନ ର Associated Director Programme Manager, ଜିଲ୍ଲା ସଂଯୋଜକ । ଢେଙ୍କାନାଳ, ଜିଲ୍ଲା ସଂଯୋଜକ, କଟକ, ଜିଲ୍ଲା ସଂଯୋଜକ, ଅନୁଗୁଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, DPC Mission Shakti ପ୍ରମୁଖ ଉପସ୍ଥିତ ରହି ସମସ୍ତ ବାଳିକାଙ୍କୁ ଉତ୍ସାହିତ କରିଥିଲେ । ସର୍ବଶେଷ ରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ସମସ୍ତ ଖେଳାଳିଙ୍କୁ ସାର୍ଟିଫିକେଟ ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଉଦୟ ମହାପାତ୍ର ଙ୍କ ଦ୍ବାରା ପ୍ରଦାନ କରିଯାଇଥିଲା । ଉଦକପାନି ଉତ୍ସବ ରେ ଜିଲ୍ଲା ଶ୍ରମ ଅଧ୍ବକାରୀ, ଢେଙ୍କାନାଳ, ୟୁନିସେଫ ଆକ୍ସନ ଏଡ ଆସୋସିଏସନର Associated Director Programme Manager, ଜିଲ୍ଲା ସଂପୋନକ, ଢେଙ୍କାନାଳ, ଜିଲ୍ଲା ସଂଯୋଜକ, କଟକ ଜିଲ୍ଲା ସଂପୋଳକ, ଅନୁଗୁଳ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ମୁଁ ଶିକ୍ଷା ଚାହେଁ ଦକ୍ଷତା ନିମନ୍ତେ ର ସ୍ଲୋଗାନ ଦେଇ ବାଳିକା ମାନଙ୍କୁ ଉପାହିତ କରିଥିଲେ ଓ ଏକମାସ ବ୍ୟାପୀ ଶିଶୁ ଶ୍ରମିକ ନିରାକାରଣ ସମାରୋହ ୨୦୨୩ ପାଳନ ଅବସରରେ ଶିଶୁ ଶ୍ରମିକ / ଶିଶୁ ନିର୍ଯାତନ / ବାଲ୍ୟ ବିବାହ ମୁକ୍ତ ଢେଙ୍କାନାଳ ଜିଲ୍ଲା ଗଠନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ଓ ସର୍ବଶେଷରେ ଜିଲ୍ଲା ସଂଯୋଜକ, ଢେଙ୍କାନାଳ ଧନ୍ୟବାଦ ଅର୍ପଣ କରିବା ସହିତ ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ଓ ବାଲ୍ୟ ବିବାହ ରୁ ବଞ୍ଚିତ ଗହିଁ କିପରି ବାଳିକା ମାନେ କ୍ରିଡା, ଶିକ୍ଷା ଓ ଦକ୍ଷତା ବିକାଶ କରି ପ୍ଳାବଲମ୍ବୀ ହେବେ ସେଥ୍ ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ CWର ସହଯୋଗ କାମନା କରିଥିଲେ ।