ଅସହାୟ ନାବାଳକ ପିଲାଙ୍କୁ ଭରସା ପରିବାର ପକ୍ଷରୁ ସହାୟତା
ଘଟଗାଁ ବ୍ଲକ ବଡ଼ଜାମପୋଷି ଗ୍ରାମପଞ୍ଚାୟତ ନଳବିଲା ଗ୍ରାମର ତିନି ନାବାଳକ ଅଗସ୍ତି ମହାନ୍ତ, ପ୍ରିତିମୟୀ ମହାନ୍ତ, ବୁଦ୍ଧଦେବ ମହାନ୍ତ ଅନାଥ ହୋଇ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ଖବର ଶୁଣି ଭରସା ପରିବାର ର କର୍ମକର୍ତ୍ତା ସ୍ଥିତି ଅନୁଧ୍ୟାନ ପାଇଁ ଯାଇ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଖବର ପ୍ରସାରଣ ପରେ ଘଟଗାଁ ବ୍ଲକ ପ୍ରଶାସନ ମଧ୍ୟ ତାଙ୍କ ପାଖକୁ ଯାଇ ସରକାରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି । ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଟଣା ସଭାପତି ଭରତ ଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ବାପୁନ୍ କୁମାର ମହାନ୍ତ, ସଦସ୍ୟ ମହେଶ୍ବର ମହାନ୍ତ, ଘଟଗାଁ ବ୍ଲକ ସଭାନେତ୍ରୀ ଭାରତୀ ଭୋଇ, ବାସନ୍ତି ମହାନ୍ତ, ଅଜୟ ଦେହୁରୀ ପ୍ରମୁଖ ସେମାନେ ଆଶ୍ରୟ ନେଇଥିବା ଘରକୁ ଯାଇ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ତଥା ତିନି ନାବାଳକ ପିଲାଙ୍କୁ ସହାୟତା ପ୍ରଦାନ କରିଛନ୍ତି । କୁଡୂମୀପ୍ରେମୀ ତଥା ଝୁମର ଜଗତକୁ ଗୋଟିଏ ପାଦ ଆଗକୁ ନେଇଥିବା ସୁଦୂର ସିଙ୍ଗାପୁରରେ କର୍ତ୍ତବ୍ୟରତ ରାଜେଶ କୁମାର ମହାନ୍ତ ମହତ କାର୍ଯ୍ୟକୁ ପ୍ରଶଂସା କରିବା ସହିତ କୁଡୁମୀ ନେତାମାନଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ଅଗସ୍ତି ମହାନ୍ତଙ୍କ ସାମାନ୍ୟ ମାନସିକ ବିକୃତି ଲକ୍ଷଣ ପରିଲକ୍ଷିତ ହେଉଥିବାରୁ ମେଡ଼ିକାଲ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଭରସା ପରିବାରର ସଭାପତି ଅନୁରୋଧ କରିଛନ୍ତି । ଅନାଥ ପିଲାଙ୍କ ମାଉସୀ ବାସନ୍ତୀ ମହାନ୍ତ ଝିଅ ପ୍ରିତିମୟିଙ୍କୁ ଶିକ୍ଷା ଦାୟିତ୍ବ ନେବାର ପ୍ରତିଶୃତି ଦେବା ସହିତ ସାନ ପୁଅ ବୁଦ୍ଧଦେବ ମହାନ୍ତଙ୍କୁ ସରକାରୀ ଖର୍ଚ୍ଚରେ ଶିକ୍ଷା ପ୍ରଦାନ ପାଇଁ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍