୨୯ତମ ରାଜ୍ୟ ସ୍ତରୀୟ ୟୁଷୁ (WUSHU) ଚମ୍ପିଆନସିପ୍ ୨୦୨୩ ଉଦଘାଟିତ


୨୯ତମ ରାଜ୍ୟ ସ୍ତରୀୟ ୟୁଷୁ (WUSHU) ଚମ୍ପିଆନସିପ୍ ୨୦୨୩ ଉଦଘାଟିତ ।

ଅନୁଗୋଳ :- ତା.୦୯.୦୬: – ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମଠାରେ ୨୯ତମ ରାଜ୍ୟ ସ୍ତରୀୟ ୟୁଷୁ ଚମ୍ପିଆନସିପ୍ ୨୦୨୩ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀ,ଅଭିଭାବକ, କୋଚ୍, ସ୍ୱେଛାସେବୀ, ଗଣମାଧ୍ୟମର ପ୍ରତିନିଧୁ, ଏହି ଅନୁଷ୍ଠାନ ସହିତ ଜଡିତ ସମସ୍ତ କର୍ମକର୍ତ୍ତାମାନଂକୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଏହି ଷ୍ଟାଡିୟମରେ ଏକ ୟୁଷୁ ଏକାଡେମୀ କରାଯିବାକୁ ଘୋଷଣା କରିଥିଲେ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠ ସ୍ବାଗତ ଭାଷଣ ଦେଇଥିଲେ । ଏହି ପ୍ରତିଯୋଗୀତାରେ ମୋଟ ୩୯୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାର ଉତ୍ତୀର୍ଣ୍ଣ କୃତୀ ପ୍ରତିଯୋଗୀମାନେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଜାତୀୟ ୟୁଷୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ଅବସରରେ ରୁଷିଆର ମସ୍କୋ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ୟୁଷୁ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ସ୍ବେତାରାଣୀ ମହନ୍ତ ଓ ଦିବ୍ୟଙ୍କୁ ଜିଲ୍ଲାପାଳ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରଜନୀକାନ୍ତ ସ୍ବାଇଁ, ୟୁଷୁ ଆସୋସିଏସନର ଅଧ୍ୟକ୍ଷ ଇଂ ଏସ୍ ଏସ୍ ହରିଚନ୍ଦନ, ରୋଟାରୀ କ୍ଳବର ସଭାପତି ଶ୍ରୀ ଜୟଂଶ କୁମାର ମିଶ୍ର, ଆଇ ପି‍ ଇ ଶ୍ରୀ ପ୍ରଶାନ୍ତ କୁମାର ସିହ୍ନାଙ୍କ ସହିତ ଅନ୍ୟାନ୍ୟ ଶାରିରିକ ଶିକ୍ଷା ଅଧିକାରୀ, ୟୁଷୁ ଆସୋସିଏସନର ସଭାପତି ଡ.ବିଷ୍ଣୁ ମୋହନ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୟୁଷୁ ଅନୁଷ୍ଠାନର ଟେକନିକାଲ ଡାଇରେକ୍ଟର ଶ୍ରୀ ପ୍ରଦ୍ୟୁମ୍ନ ବେହେରା ପରିଚାଳନା କରିଥିଲେ । ଶେଷରେ ଅନୁଗୋଳ ଜିଲ୍ଲା ୟୁଷୁ ସମ୍ପାଦକ ଶ୍ରୀ ସୁଶାନ୍ତ ନାୟକ ସମସ୍ତଂକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Post

Live Cricket Update

You May Like This