Search
Close this search box.

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଅପେରସନ ନୀଳ ଜହର ଜୋର ଧରିଛି। କନ୍ଧମାଳ ପୁଲିସ ବିଭିନ୍ନ ସ୍ଥାନରେ ଛାପା ମାରି ବହୁ ପରିମାଣରେ ଗଞ୍ଜେଇ ଜବତ କରୁଥିବାବେଳେ କିଛି କିଛି ସ୍ଥାନରେ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଗୋଛାପଡା ପୁଲିସ ହାତରେ ଲାଗିଛି ଆଉ ଏକ ସଫଳତା। ଗୋଛାପଡା ଥାନା ଅନ୍ତର୍ଗତ ବିଲୁରୀ ଗାଁର ସ୍ବର୍ଗତ କାଟଲା କହଁରଙ୍କ ପୁଅ ତୁମ୍ବେଶ୍ୱର କହଁରଙ୍କ ଘରୁ ୨୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାକୁ ନେଇ ଗୋଛାପଡା ଥାନାରେ କେସ ନଂ ୭୪/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ତୁମ୍ବେଶ୍ୱର କହଁର କୌଣସି ଉପାୟରେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି।

Recent Post

Live Cricket Update

You May Like This

× How can I help you?