ଅପହରଣ ଓ ଦୁଷ୍କର୍ମ ମାମଲରେ ଦୁଇ ସହଯୋଗୀଙ୍କୁ କୋର୍ଟଚାଲାଣ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଆଜି ଏକ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ମାମଲରେ ଦୁଇ ସହଯୋଗୀ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ବଅଁରପାଳ ଅଞ୍ଚଳରେ ରେ ଏକ ନାବାଳିକାକୁ ଭୂଗୋବେରିଣୀ ପଞ୍ଚାୟତ କୁସୁପଙ୍ଗି ଗ୍ରାମର ଅଭିଯୁକ୍ତ ସୀମାଞ୍ଚଳ ନାଏକ ପ୍ରଥମେ ଅପହରଣ ଓ ପରବର୍ତ୍ତୀ ସମୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ନାବାଳିକା ପାରିବାର ପକ୍ଷରୁ ମାମଲା ରୁଜୁ କରିଥିଲେ। ବଅଁରପାଳ ପୋଲିସ କେଶ୍ ନମ୍ବର ୧୦୩ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲେ। ଆଜି ବଅଁରପାଳ ପୋଲିସ ଅଭିଯୁକ୍ତ ସୀମାଞ୍ଚଳ ବାପା ଫକିର୍ ନାଏକ ଓ ମା ସୁମିତ୍ରା ନାଏକ ଏହି ମାମଲାରେ ସହଯୋଗ କରିଥିବା ଅଭିଯୋଗ ରେ ଗିରଫ ଆଜି କୋର୍ଟ ଚାଲାଣ କରିଛନ୍ତି।