ଲାଞ୍ଜିଗଡ଼ ରାଜାପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ *G20* ଜନଭାଗିଦାରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
୦୯/୦୬ /23 ରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରାଜାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଯି.ଟ୍ୱେଣ୍ଟି ଶିକ୍ଷା କାର୍ଯ୍ୟନୁଷ୍ଠାନ ବିଭାଗ ଅଧ୍ୟକ୍ଷତାରେ ଲାଞ୍ଜିଗଡ଼ ଶିକ୍ଷା ବିଭାଗ ଓ ସିନି ଟାଟାଟ୍ରଷ୍ଟ ମିଳିତ ଆନୁକୁଲ୍ଯରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ ଏଲ୍ ଏନ୍ )ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜାତୀୟ ଶିକ୍ଷାନୀତି ୨୦୨୦, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍.ଏଲ୍.ଏନ୍) ଶିକ୍ଷାର ଏକ ଜରୁରୀ ତଥା ଆବଶ୍ୟକୀୟ ସର୍ତ୍ତ ଭାବରେ ସ୍ବୀକୃତି ଦେଇଛି । ଏଣୁ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ ତଥା ଉତ୍ତର ଦାଇତ୍ଵ ବଢାଇବା ଓ ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା, ଅଭିଭାବକ ମାନଙ୍କୁ ବହୁଳ ଭାବରେ ଆଜିର କାର୍ଯ୍ୟକ୍ରମରେ ସାମିଲ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ ଏଲ୍ ଏନ୍)ର ବିଭିନ୍ନ ଶିକ୍ଷଣ ସାମଗ୍ରୀ, ଭାଷା , ଗଣିତ, ଲାଇବ୍ରେରୀ, ବିଜ୍ଞାନ କୋଣ ଆଦି ପଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ କ୍ଲଷ୍ଟର ସିଆରସିସି ଏମ୍ ସୁନ୍ଦର ଶେଖର ପରିଚାଳନା କରିଥିବା ବେଳେ ସିନି ଟାଟା ଟ୍ରଷ୍ଟର ଫିଲ୍ଡ ସଂଯୋଜକ ସୁରେନ୍ଦ୍ର ନାଏକ୍ ଓ ମାଧୁରୀ ସି ବିଶେଷ ସହଯୋଗ କରିଥିଲେ l ଏଥିରେ ମୁଖ୍ୟ ଅତିଥିଭାବେ ମଦମୋହନ ପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକ ମାଝୀ , ସହ ଶିକ୍ଷକ କଲାଣ୍ଡି ଚରଣ ବେହେରା ଯୋଗଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସହଯୋଗ କରିଥିଲେ ଏବଂ ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ସମେତ ଅଭିଭାବକ ମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ଓ ସିନି-ଟାଟାଟ୍ରଷ୍ଟ ମିଳିତ ଭାବେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ବିଦ୍ୟାଳୟ ମାନଙ୍କରେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି । କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।