କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା 5Tସଚିବ ଭି କେ ପାଣ୍ଡିୟାନ।
ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ V କାର୍ତିକେୟନ୍ ପାଣ୍ଡିୟାନ। ତାଙ୍କର ଏହି କେନ୍ଦୁଝର ଜିଲ୍ଲା ବ୍ୟସ୍ତବହୁଳ ଗସ୍ତରେ ପ୍ରଥମେ ଭିମକୁଣ୍ଡ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିଥିବା ବେଳେ ପରେ ଚମ୍ପୁଆ ଗସ୍ତରେ ଯାଇ ଚମ୍ପୁଆ ନେହେରୁ ଷ୍ଟାଡିୟମ୍ ଠାରେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ସମ୍ବୋଧନ କରିବାସହ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ ଚମ୍ପୁଆ ବାସୀଙ୍କ ବହୁପ୍ରତିଖିତ ଦାବୀ ଚମ୍ପୁଆରେ ଫ୍ଲାଏଓଭର ନିର୍ମାଣର ପ୍ରତିଶ୍ରୁତି ଦେଇ ଥିଲେ ଏବଂ ପରେ ପାନୀୟ ଜଳ ପ୍ରକଳ୍ପ ର ବୁଲି ତଦାରଖ କରିଥିଲେ ଏବଂ ବଡ଼ବିଲ ଗସ୍ତରେ ଆସି ପ୍ରଥମେ ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନିର୍ମାଣାଧୀନ ନୂତନ ମେଡିକାଲ ଗୃହର କାର୍ଯ୍ୟ ତଦାରଖ କରିଥିଲେ ଥିଲେ ଏବଂ ପରେ ସେରେଣ୍ଡା ସ୍ଥିତ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଙ୍କ ଆଦିବାସୀ ବିକାସ ସମିତି ପରିଦର୍ଶନ କରିବାସହ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡାଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଏବଂ ସେଠାରୁ ଯୋଡା ଯାଇ ନିର୍ମାଣାଧୀନ ଫ୍ଲାଏଓଭର କାର୍ଯ୍ୟ ତଦାରଖ କରିବା ସହ ସେଠାର ଥିବା ବୃଦ୍ଧାଶ୍ରମ କୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କୁ ଭେଟିଥିଲେ ପରେ ନିର୍ମାଣଧୀନ ବୃହତ୍ କାନପୁର ଜଳପ୍ରକଳ୍ପର କାର୍ଯ୍ୟ ତଦାରଖ କରିଥିଲେ, ତାଙ୍କର ଏହି ଗସ୍ତରେ ତାଙ୍କସହ କେନ୍ଦୁଝର ଜିଲ୍ଲାର ଜିଲ୍ଲପାଳ ଆଶିଷ ଠାକରେ ଓ ଜିଲ୍ଲାର ଅନ୍ୟ ବରିଷ୍ଟ ସରକାରୀ ଅଧିକାରୀ ଏହି ଗସ୍ତରେ ତାଙ୍କ ସହ ଉପସ୍ଥିତ ଥିଲେ। ତାଙ୍କର ଏହି ଗସ୍ତରେ ତାଙ୍କୁ ସମସ୍ତ ସ୍ଥାନରେ ଭବ୍ୟ ସ୍ଵାଗତ କରଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।