ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଗୋଳାମୁଣ୍ଡା ଥାନାରେଏତଲା।
ଗୋଳାମୁଣ୍ଡା
ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଗ୍ରାମର ଅନ୍ତଯ୍ୟାମୀ ସରାଫଙ୍କ ନାରେ ଗୋଳାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ ଅନ୍ତର୍ଯ୍ୟାମୀ ସରାଫଙ୍କ ଦୋକାନରୁ ଗତ ତା୨୯/୪/୨୩ ରିଖ ଦିନରେ ୧୩ହଜାର ଟଙ୍କା ଚୋରି ହୋଇଥିବା ନେଇ ଗ୍ରାମର ଟୁନା ସରାଫ,ଅନୁଭବ ମେହେର ,ଓ ଶ୍ରିତମ ମେହେର ,ଙ୍କ ନାରେ ସୋସିଆଲ ମିଡିଆରେ ନିଜେ ଅନ୍ତର୍ଯ୍ୟାମୀ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆରେ ଏତେ ମାତ୍ରାରେ ଘୁରିବା ଦେଖି ନିଜର ମାନସମ୍ମାନ ଉପରେ ଆଞ୍ଚ ଆସୁଥିବା କହି ଟୁନା ସରାଫ, ଅନୁଭବ ମେହେର,ଓ ଶ୍ରିତମ ମେହେର ଗତ ୧୫/୫/୨୩ ରେ ଦଶପୁର ଫାଣ୍ଡିରେ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଦଶପୁର ଫାଣ୍ଡି ଏସ ଆଇ ବିର ବନ୍ଧୁ ସେଠି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେଇ ଚୁପ ରହିଥିବା ଆବେଦନକାରୀ ପକ୍ଷରୁ କୁହାଯାଇଛି । ଆଜି ଗୋଳାମୁଣ୍ଡା ଥାନାରେ ଉଭୟ ପରିବାର ପହଞ୍ଚି ଆଇ ଆଇ ସି ରମଣୀରଞ୍ଜନ ଦଳେଇଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଗୋଳାମୁଣ୍ଡା ପୋଲିସ,ଏଫର ନମ୍ବର ୦୦ ୯୯/୨୩ ତା୦୨/୦୬/୨୦୨୩ରେ କେଶ ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି । ଏପଟେ ମିଥ୍ୟା ଆରୋପ ଲଗାଇ ସୋସିଆଲ ମିଡିଆରେ ବଦନାମ କରାଯାଉଛି ବୋଲି ତିନିଜଣ ବ୍ୟକ୍ତି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଅନ୍ତର୍ଯ୍ୟାମୀ ସରାଫ ସୋସିଆଲ ମିଡିଆରେ ଯେଉଁ ଅପପ୍ରଚାର କରିଛନ୍ତି ତିନି ବ୍ୟକ୍ତିଙ୍କ ଭବିଷ୍ୟତ ଜୀବନକୁ ନଷ୍ଟ କରିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅପମାନକୁ ସହ୍ୟ କରି ନ ପାରି କୌଣସି ଦୁର୍ଘଟଣା ଘଟେ ଦାୟୀ ରହିବେ କିଏ ? ସନ୍ଧେହରେ ଅଞ୍ଚଳବାସୀ ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ