ପୁରୁଣା ଭଙ୍ଗା ଇଟା ଏବଂ ନିମ୍ନ ମାନର ସିମେଣ୍ଟ ରେ ଚାଲିଛି ସ୍କୁଲ ପାଇଖାନା ନିର୍ମାଣ
ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ୟୁଜିଏମଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟବହାର ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ନୂତନ ପାଇଖାନା ନିର୍ମାଣ ଚାଲିଛି l ଏହାର କାର୍ଯ୍ୟ ଦେଶ ଯନ୍ତ୍ରୀ ଦେବାଶିଷ ବେହେରାଙ୍କ ନାମରେ ଦିଆ ଯାଇଛି l ଏଥିରେ ବ୍ୟବହାର କରାଯାଉଥିବା ସମଗ୍ରୀକୁ ନେଇ ପାଇଖାନାର ସ୍ଥାୟୀତ୍ୱ ଏବଂ ପିଲା ମାନଙ୍କ ସୁରକ୍ଷାକୁ ନେଇ ଅନେକ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି l ଏକ ପୁରୁଣା ଭଙ୍ଗା ଘରର ଇଟାକୁ ଖୋଲି ନୂଆ ପାଇଖାନାରେ ଲଗା ଯାଉଛି l ଏ ସମ୍ୱନ୍ଧରେ ଖଇରପୁଟ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରା ଯାଇଥିଲେ ମଧ୍ୟ କୌଣସି ଫଳ ମିଳିନି l ଯେହେତୁ କାର୍ଯ୍ୟାଦେଶ ଖୋଦ ଯନ୍ତ୍ରୀଙ୍କ ନାମରେ ରହିଛି ତେଣୁ ସବୁ ନିୟମକୁ ମାଡି ମକଚି ମନ ଇଛା କାମ କରୁଛନ୍ତି l ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଉକ୍ତ ଘରକୁ ପୁନଃ ନିର୍ମାଣ କରିବା ନିମନ୍ତେ ସାଧାରଣରେ ଦାବି କରାଯାଇଛି l ମାଲକାନଗିରି ରୁଦ୍ର ମାଧବ ସଗରିଆଙ୍କ ରିପୋର୍ଟ