ଜାତୀୟ ରାଜପଥ ୫୨୦ନମ୍ବର୍ ରେ ସର୍ଟସର୍କିଟ ଯୋଗୁ ହୁ ହୁ ହୋଇ ଜଳିଗଲା ଗାଡ଼ି ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ୫୨୦ନମ୍ବର୍ ଜାତୀୟ ରାଜପଥ ବାସୁଦେବପୁର ନିକଟରେ ହୁ ହୁ ହୋଇ ଜଳିଗଲା ଗାଡି ଅଳ୍ପକେ ବର୍ତିଲେ ଚାଳକ। ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଏକ ୪୦୭ ଗାଡ଼ି ଚମ୍ପୁଆ ଥାନା ଅର୍ନ୍ତଗତ ୫୨୦ନମ୍ବର୍ ଜାତୀୟରାଜପଥ ବାସୁଦେବପୁର୍ ଓଭରବ୍ରିଜ ଅତିକ୍ରମ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଗାଡିରେ ନିଆଁ ଲାଗିଯାଇଥିଲା ଯାହାକୁ ଦେଖିପାରି ଉକ୍ତ ଗାଡ଼ିର ଚାଳକ ଗାଡିଟିକୁ ଛିଡାକରି ତୁରନ୍ତ ତଳକୁ ଓହ୍ଲେଇ ନିଜର ଜୀବନ ବଞ୍ଚାଇ ଥିଲା,ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ସର୍ଟ ସର୍କିଟ ଅବା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଗାଡିରେ ଲାଗିଥିବା ଅନୁମାନ କରାଯାଏ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

