ଭାରସାମ୍ୟ ହରାଇ ଓଲଟିଲା ମେଡିସିନ ବୋଝେଇ ଟ୍ରକ
ଅଳ୍ପକେ ରକ୍ଷା ପାଇଗଲେ ଚାଳକ ଓ ହେଲପର
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ ଛକରେ ଭାରସାମ୍ଯ ହରାଇ ଡିଭାଇଡର ଉପରେ ଟ୍ରକ୍ ଚଢି ଯିବାରୁ ଓଲଟିଲା ମେଡିସିନ ବୋଝାଇ ଟ୍ରକ। ଚାଳକ ଙ୍କ ସୂଚନା ଅନୁଯାୟୀ ଗାଡି ନମ୍ବର MP – 04-HE-2869 ଭୋପାଳ ରୁ ମେଡିସିନ ନେଇ କଟକ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୧ଟା ସମୟରେ ବଅଁରପାଳ ଟ୍ରାଫିକ ଛକରେ ବିପରୀତ ପାଖରୁ ଏକ ଦ୍ରୁତଗାମୀ ଟ୍ରକ ଅତ୍ୟଧିକ ଲାଇଟ ଜଳାଇ ଆସୁଥିବାରୁ ଟ୍ରାଫିକ ଛକରେ ଥିବା ଡିଭାଇଡର ଦେଖା ନଯିବାରୁ ଗାଡି ଉପରେ ଚଢି ଯାଇଥିଲା ।ଯାହାଦ୍ୱାରା ଟ୍ରକ୍ ଓଲଟି ପଡିଲା। ଘଟଣାସ୍ଥଳରେ ବଅଁରପାଳ ଥାନା ଏସ୍ ଆଇ ଆର୍ ଏନ୍ ମହାନନ୍ଦ ପହଞ୍ଚି ଚାଳକ, ହେଲପର ଓ ସମସ୍ତ ଜୀବନ ରକ୍ଷକ ମେଡିସିନ କୁ ଉଦ୍ଧାର କରି ଟ୍ରାଫିକ୍ ସମସ୍ୟା କୁ ସୁଧାର ଆଣିଛନ୍ତି।