(ନିମପୁର ଠାରେ 62ଏକର ଗୋଚର ଜମି ଉପରେ କମ୍ପାନୀ ଙ୍କୁ ବିରୋଧ | ମେଡିକାଲ କଲେଜ ପ୍ରତିଷ୍ଠା କୁ ସ୍ୱାଗତ ନଚେତ ବ୍ୟାପକ ଜନ ଆନ୍ଦୋଳନ ଚେତାବନୀ )
ଜଗତସିଂହପୁର
ତା= 12/5/23
ଜଗତସିଂହପୁର ବ୍ଲକ ଅଳସୁଧା ପଞ୍ଚାୟତ ନିପୁର ଠାରେ 62ଏକର ଗୋଚର ଜମି ଉପରେ ଜ଼ିଲ୍ଲା ପ୍ରଶାସନ ବିଭିନ୍ନ ଶିଳ୍ପନୁଷ୍ଠାନ ପ୍ରତିଷ୍ଠା କରିବା ନିମନ୍ତେ ଇଡିକୋ ଜରିଆରେ ଜମି ଅଧିଗ୍ରହଣ
କରି ସୀମା ନିର୍ଧାରଣ କରୁଥିବା ବେଳେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି |ଏହି 62 ଏକର ଗୋଚର ଜମି ଉପରେ ଜ଼ିଲ୍ଲାବାସୀ ଙ୍କ ସମୂହ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଜ଼ିଲ୍ଲା ପ୍ରଶାସନ ର ମିଳିତ ସହଯୋଗ ରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଅଂଚଳବାସୀ ଦାବି କରିଛନ୍ତି | ରାଜ୍ୟ ସରକାର ନିକଟରେ ଉନ୍ନତ ଭିତିଭୂମି ଥିବା ସମସ୍ତ ଜ଼ିଲ୍ଲା ହେଡ଼ କ୍ୱାଟର ରେ ମେଡିକାଲ କଲେଜ ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଛନ୍ତି | କିନ୍ତୁ ଜଗତସିଂହପୁର ଜ଼ିଲ୍ଲା ସଂଲଗ୍ନ ନିମପୁର ଠାରେ ସମସ୍ତ ପ୍ରକାର ଭିତିଭୂମି କୁ ଦୃଷ୍ଟି ରେ ରଖି ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଆଖ ପାଖ ପଞ୍ଚାୟତ ରେ ବ୍ୟାପକ ଜନ ଆନ୍ଦୋଳନ ମୁଣ୍ଡ ଟେକିଲାଣି |ତେଣୁ ଜ଼ିଲ୍ଲା ପ୍ରଶାସନ କମ୍ପାନୀ ପ୍ରେମ ରେ ନ ପଡି ଜ଼ିଲ୍ଲା ବାସୀଙ୍କୁ ସମୂହ ସ୍ୱାର୍ଥକୁ ଦୃଷ୍ଟି ରେ ରଖି ତୁରନ୍ତ ନିମପୁର ଠାରେ ଥିବା 62ଏକର ଗୋଚର ଜମି ଉପରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଜ଼ିଲ୍ଲା ଗଣ ସଂଗ୍ରାମ ପରିଷଦ ସଭାପତି ସାଥି ବାସୁଦେବ ଦାବି କରିଛନ୍ତି ନଚେତ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ