ଢେଙ୍କାନାଳ 108 ଆମ୍ବୁଲାନ୍ସ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ପ୍ରଦାନ।
ଢେଙ୍କାନାଳ (୧୩/୦୬): ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ରେ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏକଜୁଟ ହୋଇ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଦାବି ପତ୍ର ଜିଲ୍ଲାପାଳ ,ଶ୍ରମ ଅଧିକାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, 5T ସଚିବ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କାର୍ଯ୍ୟରତ ଠିକା ସଂସ୍ଥା ZHL, ବିଧାୟକ ଓ ସାଂସଦଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଢେଙ୍କାନାଳ 108 ଆମ୍ବୁଲାନ୍ସ କର୍ମଚାରୀ ସଂଘ ସଭାପତିଙ୍କ ସଭାପତିତ୍ବ ରେ ଉପ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ସଂଘର ଅନେକ ସଦସ୍ୟ ଯୋଗଦେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ସେଠୀ ଙ୍କୁ ଏକ ୬ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।
108 ରେ ନିଷ୍ଠାପୁର୍ଣ ଓ ନିଃସ୍ୱାର୍ଥପର ଭାବେ କାମ କରି ଆସୁଅଛୁ ଓ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, କରୋନା ମହାମାରୀ ସାମୁହିକ ଦୁର୍ଘଟଣା ଏମିତିବି ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରି ପରିସ୍ଥିତି ରେ ବି ରୋଗୀ ମାନଙ୍କୁ ସଠିକ ସେବା ଦେଇ ଆସୁଅଛୁ । କିନ୍ତୁ ଆମ୍ଭମାନଙ୍କୁ ସରକାର ଅଣଦେଖା କରିଆସୁଛନ୍ତି । ଯାହା ଆମ୍ଭେ ଦାବି ପତ୍ର ମାଧ୍ୟମରେ ଆପଣଙ୍କୁ ଜଣାଉଛୁ
ପ୍ରଥମେ 108 ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀ ଙ୍କୁ ନିୟମିତ କରାଯାଉ ନଚେତ
ସ୍ୱତନ୍ତ୍ର package 8 ଘଣ୍ଟିଆ ପାରିଶ୍ରମିକ ଅନୁସାରେ EMT ଙ୍କୁ 30000, PILOT ଙ୍କୁ 25000 ଓ ATTENDANT ଙ୍କୁ 20000,
ଏବଂ Advance Life Support EMT ଙ୍କୁ 35000 ଟଙ୍କା ଦିଆଯାଉ।
ବାର୍ଷିକ ଦରମା ବୃଦ୍ଧି ନିଶ୍ଚିନ୍ତ କରାଯାଉ ।
କାର୍ଯ୍ୟରତ କର୍ମଚାରୀ ଙ୍କୁ ଲୋକମାନଙ୍କ ଆକ୍ରମଣ ର ଶିକାର ହେଲେ ସ୍ୱତନ୍ତ୍ର ଦଣ୍ଡବିଧାନ ସହ ଦୋଷୀମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।କୌଣସି 108 ଆମ୍ବୁଲାନ୍ସ କର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ 108 ଆମ୍ବୁଲାନ୍ସ ସଙ୍ଘ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ପ୍ରତ୍ୟକ 108 ଆମ୍ବୁଲାନ୍ସ ଧୋଇବା ପାଇଁ ସୁବିଧା ଓ ଶୌଚାଳୟ ସୁବିଧା ଥାଇ ବିଶ୍ରାମଗୃହ ଦିଆଯାଉ ।108 ଆମ୍ବୁଲାନ୍ସ କର୍ମୀ ଙ୍କ ଆକସ୍ମିକ ମୃତ୍ୟୁ ହେଲେ ଅନୁକମ୍ପା ରାଶି 20ଲକ୍ଷ ଓ ଅକର୍ମଣ୍ୟ ହେଲେ 10ଲକ୍ଷ ଦିଆଯାଉ । ଦାବିଗୁଡ଼ିକ ସ୍ପଷ୍ଟ ଓ ସତ୍ୟ ଦୟାକରି ଶୀଘ୍ର ଆଲୋଚନା କରାଯାଇ ଦାବି ପୂରଣ କଲେ କର୍ମଚାରୀମାନେ ଉପକୃତ ହେବା ସହ ନିଜ ପରିବାରକୁ ଖୁସିରେ ରଖିପାରିବେ।ତପନ ମଲ୍ଲିକ,ଚିନମୟ ଦାସ, ପ୍ରତାପ ମଲ୍ଲିକ ରାଜଦୁଷମନ୍ତ ସାମଲ, ବିଶ୍ବଜିତ
ରାଉଳ,ସଦାନନ୍ଦ ନାଏକ,ଅଶୋକ
ବିଶ୍ବାଳ,ମନୋଜ କୁମାର ରାଉତ, ସୂର୍ଯ୍ୟକାନ୍ତ ସାମଲ, ଆଦିତ୍ୟ କୁମାର ବେହେରା, ପ୍ରତାପ ଚନ୍ଦ୍ର ମହାନ୍ତି, ଆଶିଷ ରଞ୍ଜନ ଶିବ କିଙ୍କର ପଣ୍ଡା,ବିଜୟ କୁମାର ସାହୁ ସୁନିଲ୍ ପୃଷ୍ଟି ସିପୁନ ଘଡେଇ,ସୁଭେନ୍ଦୁ ରାଉତ,ଶ୍ରୀନୀବାସ ସାହୁ,ରୁତୁରାଜ ବରାଳ, ବିଶ୍ବରଂଜନ ମହାପାତ୍ର, ନିହାର ରଞ୍ଜନ ଦାସ ସାମନ୍ତ,ଦେବଦତ ବେହେରା, ପ୍ରଦିପ କୁମାର ସ୍ବାଇଁ ଓ ଶୋଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି।