୨୯ତମ ରାଜ୍ୟସ୍ତରୀୟ ଉସୂ ଚମ୍ପିୟାନସିପ ରେ କେନ୍ଦୁଝର ସବ ଯୁନୀୟର ଦଳ ଚମ୍ପିୟାନ।
୨୯ତମ ରାଜ୍ୟସ୍ତରୀୟ ଉସୂ ଚମ୍ପିୟାନସିପ ର ଉଦଯାପିତ ଅନୁଗୁଳ ଠାରେ ହୋଇଯାଇଛି, ଯାହାକି ଉଶୂ ଆସୋସିଏସନର ଅଫ ଅନୁଗୁଳ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ବିଜୁପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଖେଳା ଯାଇଥିଲା। ଏଥିରେ ମୋଟ ୮୫ବିଭାଗର ପ୍ରତିଯୋଗିତା ହୋଇଥିଲା ଓ ୨୪ଟି ଜିଲ୍ଳାର ଖେଳାଳୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲାକୁ ପ୍ରତିନିଧିତ୍ୱ କରି ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ଥିବା ଉସୁ ଷ୍ଟାଡିୟମ୍ ଠାରେ ପ୍ରଶିକ୍ଷିତ ୩୨ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ। ଯେଉଁଥିରେ ସବ ଜୁନିୟର ସ୍ତରରେ କେନ୍ଦୁଝର ଜିଲ୍ଲାର ଖେଳାଳୀ ମାନେ ୧୫ଗୋଟି ସ୍ଵର୍ଣ୍ଣ ପଦକ ଓ ୨ଗୋଟି ବ୍ରୋଞ୍ଚ ପଦକ ଜିତି ତାଲିକାର ଶୀର୍ଷରେ ରହି ଚାମ୍ପିୟାନ ହୋଇଥିଲେ। ସେହିଭଳି ଜୁନିୟର ବିଭାଗରେ ୧୦ଟି ସ୍ଵର୍ଣ୍ଣ ପଦକ ଓ ଗୋଟିଏ ବ୍ରୋଞ୍ଚ ପଦକ ସହ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ସିନିୟର୍ ବିଭାଗରେ କେନ୍ଦୁଝର ଜିଲ୍ଲାର ଖେଳାଳୀ ମାନେ ୫ତି ସ୍ଵର୍ଣ୍ଣ ପଦକ ୩ଟି ରୌପ୍ୟ ପଦକ ଓ ୪ଟି ବ୍ରୋଞ୍ଚ ପଦକ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ , କେନ୍ଦୁଝର ଜିଲ୍ଲାର ଖେଳାଳୀ ରାଜେଶ ମୁଣ୍ଡାଙ୍କୁ ବେଷ୍ଟ ଫାଇଟର ଭାବେ ପୁରସ୍କୃତ ହୋଇଥିଲେ ଏବଂ ଗତ କିଛିଦିନ ପୂର୍ବରୁ ସୁଦୂର ମସ୍କୋ ସହରରେ ଆୟୋଜିତ ଉସୁ ପ୍ରତିଯୋଗିତାରେ ଭାରତଦେଶ ପକ୍ଷରୁ ପ୍ରତିନିଧିତ୍ବ କରି ଚମ୍ପିୟାନ ହୋଇଥିବା ଶ୍ୱେତାରାଣୀ ମହାନ୍ତଙ୍କୁ ଓଡିଶା ଆର୍ଥଲେଟ୍ ଅଫ ଦ ଇୟର ଭାବେ ସମ୍ମାନିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ବଡ଼ବିଲ ପୌରାଞ୍ଚଳ ସ୍ଥିତ ଉସୁ ଷ୍ଟାଡିୟମ୍ ଠାରେ କେନ୍ଦୁଝର ଜିଲ୍ଲା ଖେଳାଳୀ ମାନଙ୍କୁ ତାଙ୍କର ଏହି କୃତିତ୍ବ ପାଇଁ ବଡ଼ବିଲ ଥାନା ଅଧିକାରୀଣି ପ୍ରମୋଦିନି ସାହୁ ଓ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ସମସ୍ତ ଖେଳାଳିଙ୍କୁ ସମ୍ବର୍ଧିତ କରିଥିଲେ।ଏହିଆବସରରେ ଖେଳାଳୀ ମାନଙ୍କୁ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଭୂଷିୟ ପ୍ରଶଂସା କରିବା ସହ ଉକ୍ତ ଷ୍ଟାଡିୟମ୍ ପରିସରରେ ଅତିଶିଘ୍ର ଏକ ଜିମ୍ନାଷ୍ଟିକ୍ ର ସ୍ଥାପନା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।