




ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ , କିନ୍ତୁ ଢେଙ୍କାନାଳ ଜିଲ୍ଲା ରମେଶ୍ୱରପୁରୁ ର ସୂର୍ଯ୍ୟକାନ୍ତ ବେହେରା ( ଲିପୁ) ଙ୍କ ପାଖରେ ରହିଛି ଏହି ଭୟ ର ଆଣ୍ଟିବାୟୋଟିକ୍।
ସୂର୍ଯ୍ୟକାନ୍ତ ବେହେରା ମାତ୍ର (୨୪) ବର୍ଷ ବୟସ ର। ହେଲେ ସାରା ଓଡ଼ିଶା ରେ ଚର୍ଚ୍ଚା। ସୂର୍ଯ୍ୟକାନ୍ତ ଙ୍କ ବାପା – ଲିଙ୍ଗରାଜ ବେହେରା , ମାତା- ଲଳିତା ବେହେରା । ସୂର୍ଯ୍ୟକାନ୍ତ ଏମିତି ଜଣେ ମଣିଷ ଯିଏକି ଜୀବଜନ୍ତୁ ଓ ସାପ ମାନଙ୍କ ସେବା କରୁଛନ୍ତି। ସୂର୍ଯ୍ୟକାନ୍ତ ୨୦୧୮ ମସିହାରୁ ଆରମ୍ଭ କରିଥିଲେ ସାପ ଧରିବା। ୨୦୨୩ ସୁଧା ୭୦୦୦ ରୁ ୮୦୦୦ ସାପ ଧରି ସାରିଲେଣି ଏମିତିକି ରଣା, ତମ୍ପ, ନାଗ,ଚିତି ଓ ଅହିରାଜ ପରି ବିଷଧର ସାପ ଧରି ସାରିଲେଣି। ସୂର୍ଯ୍ୟକାନ୍ତ ଙ୍କୁ ରାତି ଅଧ ରେ ଡାକରା ଆସିଲେ ସେ ମଧ୍ୟ ଘରୁ ବାହାରି ଯାଆନ୍ତି ସାପ ଧରିବା କୁ ହେଲେ। ଦୁଃଖ ର କଥା ଆଜି ପର୍ଯ୍ୟନ୍ତ ସୂର୍ଯ୍ୟକାନ୍ତ ଙ୍କୁ କୌଣସି ସରକାରୀ ସହର୍ଯ୍ୟ ମିଳି ନାହିଁ। କିନ୍ତୁ ସେ ତାଙ୍କ କାମ କରି ଆସୁଛନ୍ତି। ସାପ ମାନଙ୍କୁ ଧରି ସୁରକ୍ଷିତ ରେ ଜଙ୍ଗଲରେ ଛାଡ଼ି ଦେଉଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


